fbpx

ଭିଜିଲାନ୍ସ ଜାଲରେ ଅଣ୍ଡର ସେକ୍ରେଟାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସରକାରୀ ବାବୁମାନଙ୍କ ଭିଜିଲାନ୍ସ ଜାଲରେ ପଡ଼ିବା ଏକ ଦୈନନ୍ଦିନ ଘଟଣା ହୋଇଗଲାଣି । ଏହି କ୍ରମରେ ଆଜି ଜଣେ ଅଣ୍ଡର ସେକ୍ରେଟାରୀ ଭିଜିଲାନ୍ସ ହାବୁଡ଼ରେ ଧରାପଡ଼ିଛନ୍ତି । ଏହି ବାବୁ ଜଣଙ୍କ ଯୋଜନା ଓ ସମନ୍ୱୟ ବିଭାଗରେ ଅନୁସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ଏକ ଲାଞ୍ଚ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଅଣ୍ଡର ସେକ୍ରେଟାରୀ ବାବୁ ଜଣଙ୍କ ଜଣେ କମ୍ପ୍ୟୁଟର ଫାର୍ମ ଓନରଙ୍କଠାରୁ ଲାଞ୍ଚ ନେଇଥିଲେ । ବିଲ୍ କରାଇ ଦେବାକୁ କହି ସରକାରୀ ବାବୁ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ପକାଇଥିଲେ । ତେବେ ସେ ୬୫ ହଜାରରୁ ଅଧିକ ଟଙ୍କା ଲାଞ୍ଚ ମାଗିଥିବା ଜଣାପଡ଼ିଛି । ପ୍ରାୟ ୫୦ରୁ ଅଧିକ ୟୁପିଏସ କିଣିବା ପାଇଁ ଅର୍ଡର ଜାରି କରିବାକୁ ସେ ଏହି କାରନାମା ରଚିଥିଲେ ।

ତେବେ ବାବୁ ଜଣଙ୍କ ଲାଞ୍ଚ ମାଗିବା ପରେ କମ୍ପ୍ୟୁଟର ଫାର୍ମ ମାଲିକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ୍ ଲୁଚି ରହି ବାବୁ ଲାଞ୍ଚ ନେବା ସମୟରେ ଧରି ପକାଇଥିଲେ । ତେବେ ଭିଜିଲାନ୍ସ ଉକ୍ତ ଲାଞ୍ଚୁଆ ବାବୁଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିଥିଲା । ଏଥିସହିତ ତାଙ୍କର ସରକାରୀ ଅଫିସ, ଭୁବନେଶ୍ୱର ସ୍ଥିତ ଘର, ନୟାଗଡ଼ ସ୍ଥିତ ପୈତୃକ ଘରେ ଚଢ଼ାଉ କରିଥିଲା ।

Get real time updates directly on you device, subscribe now.