Swiggy One ଗ୍ରାହକଙ୍କ ପାଇଁ ଖୁସି ଖବର,ଖାଇବା ଅର୍ଡର କଲେ ଲାଗିବନି ଡେଲିଭରି ଚାର୍ଜ

ନୂଆଦିଲ୍ଲୀ: ସ୍ୱିଗି ୱାନ ମେମ୍ବରଙ୍କ ପାଇଁ ସ୍ୱିଗି ଆଣି ଦେଇଛି ଖୁସି ଖବର। ଏବେ ସ୍ୱିଗି ୱାନର ଉପଭୋକ୍ତାମାନେ କୌଣସି ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡର କଲେ ଆଉ ଦେବାକୁ ପଡ଼ିବନି ଡେଲିଭରି ଚାର୍ଜ। ସୂଚନାଥାଉ କି ସ୍ୱିଗି ୱାନର ମେମ୍ବରସିପ ଅନୁସାରେ ଫ୍ରି ଡେଲିଭରି କେବଳ କିଛି ନିର୍ଦ୍ଦିଷ୍ଟ ରେଷ୍ଟୁରାଣ୍ଟ ପାଇଁ ହିଁ ଉଦ୍ଦିଷ୍ଟ ଥିଲା । ତେବେ ଉପଭୋକ୍ତାଙ୍କ ପାଇଁ ଏହି ଖବର ଆଣିଦେଇଛି ସାମାନ୍ୟ ଆସ୍ୱସ୍ଥି ।

ସ୍ୱିଗି ୱାନ ଏହା ସହ କହିଛି କି ଯେଉଁ ରେଷ୍ଟୁରାଣ୍ଟରୁ ଉପଭୋକ୍ତାମାନେ ଖାଦ୍ୟ ଅର୍ଡର କରୁଛନ୍ତି ଡେଲିଭରି ପାଇଁ ଏହା ୧୦କିଲୋମିଟର ଭିତରେ ହୋଇଥିବା ଦରକାର। ଏହା ସହିତ ଅର୍ଡର ଅତି କମରୁ ୧୪୯ଟଙ୍କା ହେବା ନିହାତି ଜରୁରୀ। ଯଦି ଖାଇବା ଅର୍ଡର ମୂଲ୍ୟ ଟ୍ୟାକ୍ସ ପରେ ଏହା ୧୪୯ଟଙ୍କା ହୋଇନଥାଏ ତେବେ ଉପଭୋକ୍ତାଙ୍କୁ ଡେଲିଭରି ଚାର୍ଜ ଦେବାକୁ ପଡ଼ିବ। ଏହା ପୂର୍ବରୁ ସ୍ୱିଗିର ସର୍ବନିମ୍ନ ଅର୍ଡର ମୂଲ୍ୟ ୧୯୯ଟଙ୍କା ଥିଲା।

ସ୍ୱିଗିର ରେଭେନ୍ୟୁ ଓ ଡେଭଲପମେଣ୍ଟର ବରିଷ୍ଠ ଉପାଧ୍ୟକ୍ଷ ଅନୁଜ ରାଠୀ କହିଛନ୍ତି ୨୦୨୧ ରେ ସ୍ୱିଗି ୱାନର ଲଞ୍ଚ ପରେ ସ୍ୱିଗି ନିଜ ଗ୍ରାହକଙ୍କୁ ଅଧିକ ସୁବିଧା ଦେବା ପାଇଁ ଚେଷ୍ଟା କରୁଥିଲା ଯେତେବେଳେ କି ଗ୍ରାହକମାନେ ପ୍ରଥମରୁ ହିଁ ସ୍ୱିଗିକୁ ପସନ୍ଦ କରୁଥିଲେ। ସେ ଏହା ମଧ୍ୟ କହିଛନ୍ତି ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଆଖପାଖରେ ଥିବା ସମସ୍ତ ରେଷ୍ଟୁରାଣ୍ଟରୁ କିପରି ଅନଲିମିଟେଡ ଫ୍ରି ଡେଲିଭରି କରାଯାଇ ପାରିବ ସେଥିପ୍ରତି ଧ୍ୟାନ ଦେବେ।

ସ୍ୱିଗି ୱାନର ଲାଭ ବର୍ତ୍ତମାନ ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଯାଇଛି। ସେହିପରି ରେଗୁଲାର ଅଫର ବ୍ୟତୀତ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବା ସହ ୯୯ଟଙ୍କାରୁ ଅଧିକ ଟଙ୍କାରେ ଅର୍ଡର କଲେ ଅନଲିମିଟେଡ ଫ୍ରି ଡେଲିଭରି ଦିଆଯିବ। ସୂଚନାଥାଉ କି ସ୍ୱିଗି ୱାନର ମେମ୍ବରସିପ ଯୋଜନା ୪୯ଟଙ୍କାରୁ ଆରମ୍ଭ ହୋଇଥାଏ। କିନ୍ତୁ ଯଦି ଆପଣ ଏହାକୁ ଟେଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହାର ୧୫-୩୦ ଦିନର ଫ୍ରି ଟ୍ରାଏଲକୁ ବ୍ୟବହାର କରି ପାରିବେ। ୩ ମାସର ମେମ୍ବରସିପ ପାଇଁ ୨୯୯ଟଙ୍କା ଥିବାବେଳେ ୧୨ମାସ ପାଇଁ ଏହାର ମୂଲ୍ୟ ୮୯୯ଟଙ୍କା ରହିଛି।