fbpx

ନବୀନଙ୍କ ନୂଆ କ୍ୟାବିନେଟ: କିଏ ହେବେ କେଉଁ ବିଭାଗ ମନ୍ତ୍ରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ନବୀନଙ୍କ ନୂଆ କ୍ୟାବିନେଟର ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ତେବେ ନବୀନଙ୍କ ନୂଆ ଟିମରେ କ୍ୟବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ଭାବେ ଏକାଧିକ ବିଧାୟକ ସ୍ଥାନ ପାଇବେ । ସକାଳ ୧୧.୪୫ରେ ସମ୍ଭାବ୍ୟ ମନ୍ତ୍ରୀମାନେ ଲୋକସେବା ଭବନର କନଭେନସନ ସେଣ୍ଟରରେ ଶପଥ ଗ୍ରହଣ କରିବେ । ତେବେ ପୂର୍ବରୁ ଏକାଧିକ ବିଧାୟକଙ୍କୁ ନବୀନଙ୍କ ଫୋନ୍ କଲ ଯାଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ସ୍ୱତନ୍ତ୍ର ଷ୍ଟାଇଲରେ କ୍ୟାବିନେଟ ପରିବର୍ତ୍ତନ କରି ସମସ୍ତଙ୍କୁ ଚକମା ଦେଇଛନ୍ତି ।

ତେବେ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ନବୀନଙ୍କ କ୍ୟାବିନେଟରେ ୧୩ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ନବୀନଙ୍କ ନୂଆ ଟିମରେ କିଛି ପୁରୁଣା ଚେହେରା ସ୍ଥାନ ପାଇବାକୁ ଯାଉଥିବା ବେଳେ କିଛି ନୂଆ ଚେହେରାଙ୍କୁ ମଧ୍ୟ ସ୍ଥାନ ମିଳିଛି । ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ପ୍ରଦୀପ ଅମାତ, ନବ କିଶୋର ଦାସ, ଅଶୋକ ପଣ୍ଡାଙ୍କୁ କ୍ୟାବିନେଟ ମନ୍ତ୍ରୀପଦ ମିଳିପାରେ ।

ସେହିପରି ମନ୍ତ୍ରୀ ତାଲିକାରେ ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀଙ୍କ ନାମ ସାମିଲ ରହିଛି । ବାସନ୍ତୀ ହେମ୍ବ୍ରମ, ରୋହିତ ପୂଜାରୀ, ତୁଷାରକାନ୍ତି ବେହେରା, ରୀତା ସାହୁ, ସମୀର ରଞ୍ଜନ ଦାସ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ ପ୍ରମୁଖ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.