fbpx

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ୧୩ ବିଧାୟକଙ୍କୁ କ୍ୟାବିନେଟ୍ ପାହ୍ୟା, ଜାଣନ୍ତୁ କିଏ ଅଛନ୍ତି ଲିଷ୍ଟରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳରେ କରିଛନ୍ତି ପରିବର୍ତ୍ତନ । ଗତକାଲି ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆଉ ଆଜି ଶପଥ ନେବେ ନୂଆ ମନ୍ତ୍ରୀ, ଦିନ ୧୧ ଟା ୪୫ରେ ଲୋକସେବା କନଭେନସନ ହଲରେ ନେବେ ଶପଥ । ନୂଆ ମନ୍ତ୍ରୀ ଭାବରେ ଶପଥ ନେବାପାଇଁ ଏକାଧିକ ବିଧାୟକଙ୍କୁ ଫୋନ କଲ୍ ଯାଇଛି ।

ତେବେ ନୂଆମନ୍ତ୍ରିମଣ୍ଡଳରେ ୧୩ ବିଧାୟକଙ୍କୁ ମିଳିପାରେ କ୍ୟାବିନେଟ୍ ପାହ୍ୟା । ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ନବକିଶୋର ଦାସ, ଅଶୋକ ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ଜଗନ୍ନାଥ ସାରକାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବା ନେଇ ଚର୍ଚ୍ଚା ହେଉଛି ।

ସେହିପରି ନୂଆ ମନ୍ତ୍ରିମଣ୍ଡଳରେ ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବା ନେଇ ଅନୁମାନ କରାଯାଉଛି । ସମୀର ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ । ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ତାଲିକାରେ ରୀତା ସାହୁ ଏବଂ ବାସନ୍ତୀ ହେମ୍ବ୍ରମଙ୍କ ନାଁ ରହିଛି ।

Get real time updates directly on you device, subscribe now.