ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ବୁମରାହ ଏବଂ ଶାମୀଙ୍କ ଭଳି ଖେଳାଳିମାନଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି । କେ.ଏଲ ରାହୁଲଙ୍କ ନେତୃତ୍ୱରେ ସାଉଥ ଆଫ୍ରିକାକୁ ଭେଟିବ ଟିମ ଇଣ୍ଡିଆ । ତେବେ ଆସନ୍ତୁ ଜାଣିବା କ’ଣ ରହିପାରେ ଭାରତର ସମ୍ଭାବିତ ପ୍ଲେଇଙ୍ଗ ଇଲେଭେନ ।
18-member #TeamIndia squad for the upcoming five-match Paytm T20I home series against South Africa.#INDvSA @Paytm pic.twitter.com/tK90uEcMov
— BCCI (@BCCI) May 22, 2022
ଯୁବ ଟିମକୁ ନେଇ ଏହି ସିରିଜ ଖେଳିବେ କେ.ଏଲ ରାହୁଲ । ତେବେ ଅନେକ ଗୁଡିଏ ପ୍ରଶ୍ନ ଏବଂ ଅନେକ ବିକଳ୍ପ ଟିମ ମ୍ୟାନେଜମେଣ୍ଟ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିପାରେ । ଶ୍ରେୟସ ଆୟର ଏବଂ ଦୀପକ ହୁଡ୍ଡା, ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକ, ଆବେଶ ଖାନ-ଉମରାନ ମଲିକ, ଅର୍ଶଦୀପ ସିଂହ ଏବଂ ହର୍ଷଲ ପଟେଲ । ଏହି ଯୋଡିମାନଙ୍କ ମଧ୍ୟରୁ ଜଣେ ଲେଖାଏଁ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇ ପାରିବେ ରାହୁଲ । ତେବେ ଏଥିପାଇଁ ଦଳ ଚୟନ କରିବା ଏକ ବଡ ସମସ୍ୟା ହୋଇପାରେ ।
— BCCI (@BCCI) June 6, 2022
ଯଦି ଓଚଖରେ ପ୍ରଦର୍ଶନ ଲକ୍ଷ୍ୟ କରାଯାଏ, ତେବେ ଶ୍ରେୟସ ଆୟର ଏବଂ ଋଷଭ ପନ୍ତ ଦଳରୁ ବାଦ ପଡିବା ନିଶ୍ଚିତ । କିନ୍ତୁ ପନ୍ତ ଦଳର ଉପଅଧିନାୟକ ଭାବରେ ଥିବାରୁ ଦିନେଶ କାର୍ତ୍ତିକ ଦଳରୁ ବାଦ ପଡିବା ନେଇ ଚର୍ଚ୍ଚା ହେଉଛି । ସେପଟେ ଉମରାନ ମଲିକ ଏବଂ ଅର୍ଶଦୀପ ସିଂହ ଦଳ ପାଇଁ ନୂଆ ଚେହେରା । କିନ୍ତୁ ଉଭୟଙ୍କ ପାଖରେ ଟାଲେଣ୍ଟ ଥିଲେ ହେଁ ଅନୁଭବ କମ ରହିଛି । ଅନ୍ୟ ପକ୍ଷରେ ଆବେଶ ଖାନ ଏବଂ ହର୍ଷଲ ପଟେଲ ଓଚଖରେ ଫେଲ ମାରିଥିଲେ ବି ସାମାନ୍ୟ ଅଭିଜ୍ଞତା ହାସଲ କରି ସାରିଛନ୍ତି । ତେବେ କଣ ହୋଇପାରେ ପ୍ରଥମ ମ୍ୟାଚ ପାଇଁ ଭାରତର ପ୍ଲେଇଙ୍ଗ ଇଲେଭେନ?
କେ.ଏଲ ରାହୁଲ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ, ଶ୍ରେୟସ ଆୟର/ଦୀପକ ହୁଡ୍ଡା, ଋଷଭ ପନ୍ତ/ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଉମରାନ ମଲିକ/ଆବେଶ ଖାନ, ଅର୍ଶଦୀପ ସିଂହ/ହର୍ଷଲ ପଟେଲ ।