fbpx

ରାଜଧାନୀରେ ଚାଞ୍ଚଲ୍ୟ: ସ୍ତ୍ରୀର ଖରାପ ଫଟୋ ଫେସବୁକରେ ଭାଇରାଲ୍ କଲା ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସମାଜରେ ସମ୍ପର୍କର କୌଣସି ମୂଲ୍ୟ ନାହିଁ କହିଲେ ଚଳେ । କେଉଁଠି ପୁଅଟିଏ ତା’ର ପିତାମାତାଙ୍କୁ ମରଣାନ୍ତକ ଆକ୍ରମଣ କଲାଣି ତ କେଉଁଠି ବିବାହର ଗୋଟିଏ ଦିନ ପରେ ଛାଡ଼ପତ୍ର ହେଉଛି । ଏପରିକି ଜଣେ ସ୍ୱାମୀ ତାଙ୍କର ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରିବାକୁ ମଧ୍ୟ ପଛାଉନାହିଁ । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏଭଳି ଏକ ଜଘନ୍ୟ କାଣ୍ଡ ।

ଜଣାପଡ଼ିଛି ଯେ, ବାସୁଦେବପୁରର ଜଣେ ଯୁବକ ୪ ବର୍ଷ ପୂର୍ବେ ବିବାହ କରିଥିଲେ । ଯୁବକ ଜଣଙ୍କ ପୂର୍ବରୁ ସାଉଦି ଆରବରେ କାମ କରୁଥିଲେ । ମାତ୍ର ଗତ ୨୦୨୦ରେ ସେ ଘରକୁ ଫେରିବା ପରେ ତାଙ୍କୁ ଭଦ୍ରକରେ କାମ ମିଳିନଥିଲା । ଫଳରେ ସେ ତାଙ୍କର ପତ୍ନୀଙ୍କୁ ନେଇ ଭୁବନେଶ୍ୱର ଚାଲିଆସି କ୍ୟାପିଟାଲ ଥାନା ପଛପଟେ ରହୁଥିଲେ । ତାଙ୍କର ପତ୍ନୀ ଘର ଚଳାଇବା ପାଇଁ ପର ଘରେ କାମ କରୁଥିଲେ ।

ତେବେ ସମୟକ୍ରମେ ଦମ୍ପତିଙ୍କ ମଧ୍ୟରେ ସାମାନ୍ୟ କଥାରେ ଦୈନିକ ଝଗଡ଼ା ଲାଗୁଥିଲା । ଯୁବକ ଜଣଙ୍କ ତାଙ୍କ ପତ୍ନୀଙ୍କୁ ବାପଘରୁ ପଇସା ଆଣିବା ପାଇଁ ବାଧ୍ୟ କରିବା ସହ ମାରପିଟ୍ କରିଥିଲେ । ଏହାପରେ ମହିଳା ଜଣଙ୍କ ପୋଲିସରେ ଅଭିଯୋଗ କରିବେ ବୋଲି ଧମକ ଦେବାରୁ ସ୍ୱାମୀ ଜଣଙ୍କ ଶାନ୍ତ ପଡ଼ିଥିଲେ । ତେବେ ଏହାର କିଛିଦିନ ପରେ ମହିଳାଙ୍କ ନଗ୍ନ ଫଟୋ ଫେସବୁକରେ ପୋଷ୍ଟ ହୋଇଥିବା ଜଣାପଡ଼ିଥିଲା । ଏନେଇ ମହିଳା ଜଣଙ୍କ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.