fbpx
BSKY SKY
BSKY SKY

କାଇଁଚ ଓ ବେଣା ଉତ୍ପାଦକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି

BSKY

ଯାଜପୁର: କାଇଁଚ ଓ ବେଣାରେ ପ୍ରସ୍ତୁତ ବିଭିନ୍ନ ଜିନିଷ ଏବେ ଓଡ଼ିଶା ହସ୍ତଶିଳ୍ପର ଗର୍ବ ଓ ଗୌରବ ହୋଇପାରିଛି । ତେଣୁ ଏବେ ଯାଜପୁର ଜିଲ୍ଲା ପ୍ରଶାସନ ଏହାର ଜିଆଇ ଟ୍ୟାଗ ପାଇଁ ଅଣ୍ଟା ଭିଡ଼ିଛି । ଚେନ୍ନାଇର ଜିଆଇ ଟ୍ୟାଗ କାର୍ୟ୍ୟାଳୟରେ ଏଥିପାଇଁ ଯାଜପୁର ଜିଲ୍ଲାପାଳ ଆବେଦନ କରିଛନ୍ତି। ଏହା ଦ୍ବାରା ବିଶ୍ବରେ ଏହି ବେଣା ଓ କାଇଁଚର ସୁନ୍ଦର ସୁନ୍ଦର ଜିନିଷ ସହିତ ଯୋଡ଼ି ହେବ ଯାଜପୁରର ନାଁ ।

ପ୍ରସିଦ୍ଧ ଜିଆଇ ଟ୍ୟାଗ ଆଇନଜୀବୀ ସଞ୍ଜୟ ଗାନ୍ଧିଙ୍କ ମାଧ୍ୟମରେ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଷ୍ଟେଟ କୋ ଅପରେଟିଭ୍ ହ୍ୟାଣ୍ଡିକ୍ରାଫ୍ଟସ କର୍ପୋରେସନ ଲିମିଟେଡ ଜିଆଇ ଟ୍ୟାଗ ପାଇଁ ଆବେଦନ କରିଛନ୍ତି। ଗୋଲଡେନ ଗ୍ରାସ ଭାବେ ଜଣାଯାଇଥିବା ଏହି କାଇଁଚ କାରୁକାର୍ୟ୍ୟଗୁଡ଼ିକରୁ ସର୍ଭେ କରାଯାଇ ଏଥିପାଇଁ ଯୁକ୍ତି ଉପସ୍ଥାପନ କରାଯାଇଛି। ବିଶେଷ କରି ନଦୀକୂଳିଆ ଅଞ୍ଚଳରେ ଉପଲବ୍ଧ ହେଉଥିବା ଏହି ବେଣା ଓ କାଇଁଚକୁ ନେଇ ଏଠାକାର ଲୋକେ ପୀଢ଼ି ପୀଢ଼ି ଧରି ସୁନ୍ଦର ସୁନ୍ଦର ଜିନିଷ ତିଆରି କରି ଆସୁଛନ୍ତି। ଓଡ଼ିଶାର ଐତିହ୍ୟ ସହିତ ଏହା ଏବେ ଯୋଡ଼ି ହୋଇଯାଇଛି।

ଯାଜପୁର ସମେତ କେନ୍ଦ୍ରାପଡ଼ା, ଜଗତସିଂହପର, କଟକ, ପୁରୀ ଏବଂ ପଶ୍ଚିମ ଓଡ଼ିଶାରେ ମଧ୍ୟ ଏହି କାଇଁଚ କାରୁକାର୍ୟ୍ୟ ଦେଖାଦେଇଥାଏ। ଏସବୁ କାମ ସହିତ ମହିଳାମାନେ ବେଶୀ ଯୋଡ଼ି ହୋଇରହିଥାନ୍ତି। ଏହାର ବଜାର ଅଧିକ ସଂପ୍ରସାରିତ ହେବା ପାଇଁ ସେମାନେ ଚାହିଁଛନ୍ତି। ଓଡ଼ିଶାର ଏହି ସୁନ୍ଦର କାରୁ କାର୍ୟ୍ୟକୁ ଜିଆଇ ଟ୍ୟାଗ ମିଳିବାର ସମ୍ଭାବନା ଅଧିକ ରହିଛି ବୋଲି କହିଛନ୍ତି ଜିଆଇ ଟ୍ୟାଗ ବିଶେଷଜ୍ଞ ସଂଜୟ ଗାନ୍ଧି । ଏହା ଓଡ଼ିଶାବାସୀଙ୍କ ପାଇଁ ଆଉ ଏକ ଗୌରବ ଆଣିବ।

Get real time updates directly on you device, subscribe now.