fbpx

ସମଲିଙ୍ଗୀ କ’ଣ ସତରେ ଏକ ଅପରାଧ? ସମଲିଙ୍ଗୀଙ୍କ ସମସ୍ୟା ଓ ସମାଧାନ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଏହି ୫ଟି ବଲିଉଡ୍ ଫିଲ୍ମ

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପ୍ରଦାୟଙ୍କ ପାଇଁ ଜୁନ୍ ମାସ ବେଶ୍ ଖାସ୍ ହୋଇଥାଏ । ଏହି ମାସରେ ଏହି ସମ୍ପ୍ରଦାୟରର ଲୋକମାନେ ପ୍ରାଇଡ୍ ମନ୍ଥ ପାଳନ କରିଥାନ୍ତି । ବିଶ୍ୱର କିଛି ସହରରେ ଏନେଇ ଶୋଭାଯାତ୍ରା ମଧ୍ୟ ବାହାରିଥାଏ । ଏହା ମାଧ୍ୟମରେ ଏହି ସମ୍ପ୍ରଦାୟର ଲୋକମାନେ ନିଜର ଆଜାଦୀ ଓ କାନୁନ ଅଧିକାରକୁ ଉତ୍ସବ ଭାବେ ପାଳନ କରିଥାନ୍ତି ।

ଗତ ୧୯୬୯ରେ ନ୍ୟୁୟର୍କର ରାଜରାସ୍ତାରେ ଏହି ସମ୍ପ୍ରଦାୟର ଲୋକମାନେ ନିଜର ହକ ପାଇଁ ଦାବି ଉଠାଇଥିଲେ । ସେ ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇ ବହୁତ ମାରପିଟ୍ କରିଥିଲା । ତେବେ ପରବର୍ତ୍ତୀ ସମୟରେ ସମଲିଙ୍ଗୀ ବିରୋଧୀ ଆନ୍ଦୋଳନ ଜାରି ରହିଥିଲେ ହେଁ ଏହାକୁ ନେଇ ଆଇନ ପ୍ରଣୟନ ହୋଇନଥିଲା । ୨୦୧୮ ପର୍ଯ୍ୟନ୍ତ ଭାରତରେ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲା । ମାତ୍ର ସୁପ୍ରିମକୋର୍ଟର ଧାରା ୩୭୭ ସମାପ୍ତ ହେବା ପରେ ଏହାକୁ ଅପରାଧ ଶ୍ରେଣୀରୁ ହଟାଇ ଦିଆଯାଇଥିଲା । ଯିଏ ଯେପରି ଚାହିଁବ ତାକୁ ସେପରି ସ୍ୱୀକାର କରିବା ଉଚିତ । ସମଲିଙ୍ଗୀ ଲୋକଙ୍କୁ ସମ୍ମାନର ସହିତ ବଞ୍ଚିବାର ଅଧିକାର ଦେବା ଜରୁରୀ ବୋଲି ସୁପ୍ରିମକୋର୍ଟ କହିଥିଲେ ।

ତେବେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ସମୟ ସହିତ ବଦଳିବାରେ ଲାଗିଛି । ଯେଉଁ ସମୟରେ ସମଲିଙ୍ଗୀକୁ ଏକ ଅପରାଧ ଭାବେ ଗ୍ରହଣ କରାଯାଉଥିଲା, ସେତେବେଳେ ଲୋକମାନେ ଏନେଇ ବାର୍ତ୍ତାଳାପ କରିବାକୁ ଭୟ କରୁଥିଲେ । ତେବେ ଭାରତରେ ସମଲିଙ୍ଗୀକୁ ନେଇ ଅନେକ ଫିଲ୍ମ ନିର୍ମିତ ହୋଇଛି । ଏହି ଫିଲ୍ମଗୁଡିକୁ ଅନେକ ମାତ୍ରାରେ ବିରୋଧ କରାଯାଇଥିଲା, ମାତ୍ର ଇଣ୍ଡଷ୍ଟ୍ରି କେବେ ବି ପଛକୁ ହଟିନଥିଲା । ଏହି ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସମଲିଙ୍ଗୀ ନେଇ ସଚେତନତା ସୃଷ୍ଟି କରାଯାଇଥିଲା । ତେବେ ‘ଚଣ୍ଡୀଗଡ଼ କରେ ଆଶିକୀ’, ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’, ‘ଅଲୀଗଡ଼’, ‘ବଧାଈ ଦୋ’, ‘ଏକ ଲଡ଼କୀ କୋ ଦେଖା ତୋ ଐସା ଲଗା’ ପରି ଫିଲ୍ମ ମାଧ୍ୟମରେ ଆପଣମାନେ ସମଲିଙ୍ଗୀ ବିଷୟରେ ଅଧିକ ଜ୍ଞାନ ଆହରଣ କରିପାରିବେ ।

Get real time updates directly on you device, subscribe now.