fbpx

ଆସିଲା ରାଜ୍ୟସଭା ନିର୍ବାଚନ ରେଜଲ୍ଟ: କର୍ଣ୍ଣାଟକରେ ବିଜେପି ୩ଟି ସିଟରେ ଜିତିଲା

ନୂଆଦିଲ୍ଲୀ: ଆଜି ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ପୂର୍ବରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଥିଲେ । ତେଣୁ ଆଜି କେବଳ ୧୬ଟି ଆସନରେ ଭୋଟ ଗ୍ରହଣ କରାଯାଇଥିଲା । ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ହରିୟାଣାରେ ଆଜି ରାଜ୍ୟସଭା ପାଇଁ ଭୋଟ ହୋଇଥିଲା ।

କର୍ଣ୍ଣାଟକରେ ବିଜେପି ୩ଟି ସିଟରେ ଓ କଂଗ୍ରେସ ଗୋଟିଏ ସିଟରେ ବିଜୟ ହାସଲ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅଭିନେତାରୁ ନେତା ପାଲଟିଥିବା ଜଗେଶ ଓ ଏମଏଲସି ଲେହାର ସିଂହ ସିରୋୟା ବିଜେପିରୁ ଜିତିଛନ୍ତି । ଚତୁର୍ଥ ସିଟଟି କଂଗ୍ରେସର ଜୟରାମ କଂଗ୍ରେସ ଜିତିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି ।

Get real time updates directly on you device, subscribe now.