fbpx

ପ୍ରେମିକ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ ଝିଅ: ଦେଖିଦେଲେ ବାପା, ଆଉ ତା ପରେ….

ନୂଆଦିଲ୍ଲୀ: ମେ ୨୮ ତାରିଖରେ ଜଣେ ଯୁବତୀଙ୍କ ହତ୍ୟା ନେଇ ହୋଇଥିବା ଅଭିଯୋଗର ଖୁଲାସା କରିଛି ପୋଲିସ । ପୋଲିସର ସୂଚନା ମୁତାବକ ୧୬ ବର୍ଷୀୟ ନାବାଳିକାଙ୍କୁ ପ୍ରେମିକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖି ଉତ୍ୟକ୍ତ ହୋଇ ଉଠିଥିଲେ ବାପା । ରାଗ ନିୟନ୍ତ୍ରଣ କରି ନପାରି ନିଜ ଝିଅକୁ ଗୁଳି କରି ହତ୍ୟା କରି ଦେଇଥିବା ସୂଚନା ମିଳିଛି । ଝିଅର ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଅଭିଯୁକ୍ତ । କିନ୍ତୁ ପରେ ପୋଲିସକୁ ଏକ ମନଗଢା କାହାଣୀ କହି ଭଣ୍ଡେଇବାକୁ ଚେଷ୍ଟା କରିଥିଲା । ପୋଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ମୃତ ନାବାଳିକା ଜଣକ ଇଣ୍ଟର କଲେଜରେ ପଢିବା ସମୟରେ ବ୍ରିଜେଶ କୁମାର ପ୍ରଜାପତି ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଭାଇଙ୍କୁ ଟ୍ୟୁସନ ପଢାଇବା ବାହାନାରେ ନିଜ ଘରେ ବ୍ରିଜେଶଙ୍କୁ ଘରକୁ ମଧ୍ୟ ଡାକିଥିଲେ ନାବାଳିକା । ଯାହା ଫଳରେ ଉଭୟଙ୍କ ଭିତରେ ଦୂରତା କମିବା ସହ ସମ୍ପର୍କ ଆହୁରି ମଜବୁତ ହୋଇଥିଲା । ତେବେ ୨୮ ତାରିଖ ଦିନ ଉଭୟ ଆପତ୍ତିଜନକ ଅବସ୍ଥାରେ ଘରେ ଥିବା ବେଳେ ନାବାଳିକାଙ୍କ ବାପା ସେଠାରେ ପହଞ୍ଚିଯାଇଥିଲେ । ଉଭୟଙ୍କୁ ଏମିତି ଅବସ୍ଥାରେ ଦେଖି ନିଜ ରାଗକୁ ସେ ନିୟନ୍ତ୍ରଣ କରି ପାରିନଥିଲେ । ପ୍ରଥମେ ଯୁବକଙ୍କୁ ସେଠାରୁ ବିଦା କରିବା ପରେ ନିଜ ପିସ୍ତଲରେ ଝିଅକୁ ଗୁଳି କରି ହତ୍ୟା କରି ଦେଇଛନ୍ତି । ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ଏନେଇ ସ୍ଥାନୀୟ ଲୋକେ ପେଲିସକୁ ଅଭିଯୋଗ କରିଥିଲେ । ତେବେ ଏହାପରେ ଅଭିଯୁକ୍ତ ଘରେ ପହଞ୍ଚି ପୋଲିସକୁ ଏକ ମନଗଢା କାହାଣୀ କହିଥଲା । ତେବେ ମାମଲାକୁ ନେଇ ପୋଲିସର ସନ୍ଦେହ ବଢିବାରୁ ଏହାର ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲା ପୋଲିସ । ଶେଷରେ ପ୍ରକୃତ ତଥ୍ୟ ପୋଲିସ ହାତରେ ଧରାପଡିଛି । ଅଧିକ ପଚରାଉଚରା ପରେ ପୋଲିସ ଅଭିଯୁକ୍ତ ବାପା ଏବଂ ବ୍ରିଜେଶ କୁମାରଙ୍କୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହୃତ ପିସ୍ତଲକୁ ଜବତ କରିଛି ପୋଲିସ ।

Get real time updates directly on you device, subscribe now.