fbpx

ଦ୍ୱୈତନଗରୀରେ ୨୦୦ଟି ରଙ୍ଗ-ରୁଟ୍ ପଏଣ୍ଟ ଚିହ୍ନଟ

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ୨୦୦ଟି ରଙ୍ଗରୁଟ୍ ପଏଣ୍ଟ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୬୦ଟି ରଙ୍ଗରୁଟ ପଏଣ୍ଟ ସମ୍ବେଦନଶୀଳ ହୋଇ ପଡିଛି । ସମ୍ବେଦନଶୀଳ ସ୍ଥାନରେ ହୋଡିଂ ବ୍ୟବସ୍ଥା କରାଯିବା । ସଚେତନତା ପରେ ବି ନୟମ ଉଲ୍ଲଙ୍ଘନ କଲେ ୫୦୦୦ ଟଙ୍କା ଜୋରିମାନା ଗଣିବାକୁ ପଡିବ । ଏନେଇ ଆଜି ସୂଚନା ଦେଇଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ ।

ଅନ୍ୟପଟେ ଡିସେମ୍ବର ୧୮ରେ ସଡକ ସୁରକ୍ଷା ନେଇ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ପୋଲିସ ଡିଜି ଓ ପରିବହନ ମନ୍ତ୍ରୀ ଉପସ୍ଥିତ ରହିବେ । ବୈଠକରେ ବିଭାଗୀୟ ମନ୍ତ୍ରୀମାନେ ବି ଉପସ୍ଥିତ ରହିବେ । ଏଥିରେ ଟ୍ରାଫିକ୍ ନିୟମ କାର୍ଯ୍ୟକାରୀ ଓ ଫାଇନ୍ ନେଇ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.