fbpx

୫ ବର୍ଷ ପାଇଁ ଘୋଷଣା ହେଲା ମିଡିଆ ରାଇଟ୍ସ: ଜାଣନ୍ତୁ କେଉଁଠି ଏବଂ କିପରି ଦେଖିବେ IPL

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩-୨୦୨୭ ସିଜନ ପାଇଁ ମିଡିଆରାଇଟ୍ସ ପ୍ୟାକେଜ ଏ ଏବଂ ପ୍ୟାକେଜ ବି ଘୋଷଣା କରାଯାଇଛି । ଆଇପିଏଲର ଆଗାମୀ ୫ ବର୍ଷ ପାଇଁ ପ୍ୟାକେଜ ଏ ଅର୍ଥାତ ଟଭି ରାଇଟ୍ସ ଡିଜନୀ ହଟଷ୍ଟାର ହାତକୁ ଯାଇଛି । ସେହିପରି ପ୍ୟାକେଜ ବି ଅର୍ଥାତ ଡିଜିଟାଲ ରାଇଟ୍ସକୁ ନିଜ ନାମରେ କରିଛି ଭାୟାକମ୧୮ ରିଲାଏନ୍ସ । ଏହାଦ୍ୱାରା ଟିଭିରେ ଷ୍ଟାର ସ୍ପୋର୍ଟସ ଚ୍ୟାନେଲରେ ଆପଣ ଆଇପିଏଲ ଦେଖିପାରିବେ । କିନ୍ତୁ ଡିଜିଟାଲ କ୍ଷେତ୍ରରେ ଏକ ଅଲଗା ଆପ ମାଧ୍ୟମରେ ଦେଖିବେ ଏହି ଟୁର୍ଣ୍ଣାମେଣ୍ଟ ।

ଆଇପିଏଲ ୨୦୨୩ରୁ ୨୦୨୭ ସିଜନ ପର୍ଯ୍ୟନ୍ତ ଟିଭି ରାଇଟ୍ସକୁ ଷ୍ଟାର ୨୩,୨୭୫ କୋଟିରେ ବ୍ୟୟରେ କିଣିଥିବା ବେଳେ ରିଲାଏନ୍ସ ୨୦,୫୦୦ କୋଟି ଟଙ୍କା ବିନିମୟରେ ଏହାର ଡିଜିଟାଲ ରାଇଟ୍ସକୁ ନିଜ ନାମରେ କରିଛି । ତେବେ ଷ୍ଟାର ସ୍ପୋର୍ଟସ ମାଧ୍ୟମରେ ଆଇପିଏଳ ଦେଖିବା ନିଶ୍ଚିତ । କିନ୍ତୁ ଗତ କିଛି ବର୍ଷ ପରି ଆଗକୁ ଆଉ ହଟଷ୍ଟାର ମାଧ୍ୟମରେ ଆଇପିଏଲ ଦେଖିବାକୁ ମିଳିବ ନାହିଁ ।

ବାୟାକମ ୧୮ ଆଇପିଏଲର ଡିଜିଯାଲ ରାଇଟ୍ସ ପାଇଁ ମ୍ୟାଚ ପ୍ରତି ୫୦ କୋଟି ଦେବା ପାଇଁ ଘୋଷଣା କରିଛି । ତେବେ ଏହାଦ୍ୱାରା ଆଗକୁ ଜିଓ ଟିଭିରେ ମଧ୍ୟ ଆଇପିଏଲ ଦେଖିବାକୁ ମିଳିବ । ସେପଟେ ରିଲାଏନ୍ସ ଏଥିପାଇଁ ଆଉ ଏକ ନୂଆ ଆପ ମଧ୍ୟ ଲଞ୍ଚ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପକ୍ଷରେ ଷ୍ଟାର ମଧ୍ୟ ପ୍ରତ୍ୟେକ ଆଇପିଏଲ ମ୍ୟାଚ ପାଇଁ ୫୭.୫ କୋଟି ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.