ବାୟୁ ପ୍ରଦୂଷଣରେ ୫ ବର୍ଷ କମିଛି ଭାରତୀୟଙ୍କ ଆୟୁଷ, ମଦ୍ୟପାନଠୁ ବି ଅଧିକ ଚିନ୍ତାଜନକ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଦେଶରେ ମାନବ ସ୍ଵାସ୍ଥ୍ୟ ପାଇଁ ସବୁଠୁ ବଡ ବିପଦ। ଏହି କାରଣରୁ ଭାରତୀୟଙ୍କ ଆୟୁଷ ପ୍ରାୟ ୫ ବର୍ଷ ହ୍ରାସ ପାଇଛି। ଯଦି ବାର୍ଷିକ ପ୍ରଦୂଷଣର ହାର କ୍ୟୁବିଟ୍ ମିଟର ପ୍ରତି ପାଞ୍ଚ ମାଇକ୍ରୋଗ୍ରାମରୁ ଅଧିକ ହୋଇନଥାନ୍ତା ତେବେ ଦିଲ୍ଲୀବାସୀଙ୍କ ଆୟୁଷ ୧୦ ବର୍ଷ କମିଥାନ୍ତା। ଚିକାଗୋ ବିଶ୍ଵ ବିଦ୍ୟାଳୟରେ ଉର୍ଜା ନୀତି ସଂସ୍ଥାନ(ଇପିଆଇସି) ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ(ଏକ୍ୟୁଏଲଆଇ) ମଙ୍ଗଳବାର ଜାରି କରିଛି। ଏଥିରୁ ଜଣା ପଡିଛି ଯେ, ମାତୃତ୍ଵ କୁପୋଷଣ କାରଣରୁ ବୟସ ୧.୮ ବର୍ଷ ଏବଂ ଧୂମ୍ରପାନ କାରଣରୁ ୧.୫ ବର୍ଷ ହ୍ରାସ ଘଟୁଛି।

ରୋଗର ବୋଝକୁ କମ କରିବା ପାଇଁ ବିଶ୍ଵ ବିଦ୍ୟାଳୟ ସଂଗଠନ(ଡବ୍ଲ୍ୟୁଏଚଓ) କ୍ୟୁବିକ୍ ମିଟର ପିଛା ୧୦ ମାଇକ୍ରୋଗ୍ରାମର ଲକ୍ଷ୍ୟ ରଖିଛି। ଗତ ବର୍ଷ ଏକ୍ୟୁଏଲଆଇର ବିଶ୍ଳେଷଣ ଅନୁଯାୟୀ, ଦିଲ୍ଲୀ ସବୁଠୁ ପ୍ରଦୂଷିତ ରାଜ୍ୟ ଥିଲା। ଏଥିସହ ଉତ୍ତର ପ୍ରଦେଶ, ବିହାର, ହରିୟାଣା ଏବଂ ତ୍ରିପୁରା ଶୀର୍ଷ ପାଞ୍ଚ ପ୍ରଦୂଷିତ ରାଜ୍ୟରେ ସାମିଲ୍ ଥିଲେ। ଏଠାରେ ପ୍ରଦୂଷଣର ସ୍ତର ଅଧିକ ହେବାରୁ ଲୋକଙ୍କ ଆୟୁଷ କମ ଘଟିଛି।

ବାଂଲାଦେଶ ପରେ ଦ୍ଵିତୀୟ ସବୁଠୁ ପ୍ରଦୂଷିତ ଦେଶ ଭାରତ

ବିଶ୍ଵସ୍ତରରେ ବାଂଲାଦେଶ ପରେ ଦ୍ଵିତୀୟ ସବୁଠୁ ପ୍ରଦୂଷିତ ଦେଶ ହେଉଛି ଭାରତ। ବାଂଲାଦେଶରେ ଖରାପ ବାୟୁ କାରଣରୁ ୨୦୨୦ରେ ଲୋକଙ୍କ ଆୟୁ ୬.୯ ବର୍ଷ କମ ହୋଇଛି। ଏହା ପରେ ନେପାଳରେ ୪.୧ ବର୍ଷ, ପାକିସ୍ତାନରେ ୩.୮ ବର୍ଷ ଏବଂ କୋଙ୍ଗୋରେ ଲୋକଙ୍କ ଆୟୁ ୨.୯ ବର୍ଷ ହ୍ରାସ ଘଟିଛି।

ଏକ୍ୟୁଏଲଆଇରୁ ଜଣା ପଡିଛି ଯେ, ବାୟୁ ପ୍ରଦୂଷଣ ଯୋଗୁଁ ସମଗ୍ର ଦୁନିଆରେ ଲୋକଙ୍କ ବୟସ ହାରାହାରି ୨.୨ ବର୍ଷ ହ୍ରାସ ପାଇଛି। ରିପୋର୍ଟରୁ ଏହା ମଧ୍ୟ ଜଣା ପଡିଛି ଯେ, ମଦ୍ୟପାନ ଏବଂ ଧୂମ୍ରପାନ କଲେ ଲୋକଙ୍କ ଆୟୁଷ ଯେତିକି କମିନଥାଏ ବାୟୁ ପ୍ରଦୂଷଣରେ ଅଧିକ କମୁଛି। ଅର୍ଥାତ ବାୟୁ ପ୍ରଦୂଷଣ ମଦ୍ୟପାନଠୁ ମଧ୍ୟ ଅଧିକ ବିପଦଜ୍ଜନକ।