ଏବେ ମାଗଣାରେ ମିଳିବ ୩ ଗ୍ୟାସ ସିଲିଣ୍ଡର: କଥା ରଖିଲେ ସରକାର

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡରର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଖାଉଟି । ଲାଗାତାର ଭାବେ ରନ୍ଧା ଗ୍ୟାସ ଦର ବଢୁଥିବାରୁ ଗ୍ରାହକ ହଇରାଣ ହେଉଛନ୍ତି । କିନ୍ତୁ ଏହି ସମୟରେ ଗୋଟିଏ ରାଜ୍ୟ ଗ୍ରାହକମାନଙ୍କୁ ୩ଟି ଲେଖାଏଁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ଘୋଷଣା କରି ଦେଇଛି । ଏହି ମାସର ଶେଷ ଆଡକୁ ପ୍ରତ୍ୟେକ ହିତାଧିକାରୀଙ୍କୁ ମାଗଣା ଗ୍ୟାସ ଯୋଗାଇ ଦିଆଯିବ । ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ କରିଥିବା ଏହି ଘୋଷଣାକୁ ସେ ଏବେ ପୂରା କରିବାକୁ ଯାଉଛନ୍ତି ।

ଗୋଆରେ ଏବେ ଗଠନ ହୋଇଛି ବିଜେପି ସରକାର । ତେବେ ନିର୍ବାଚନ ପୂର୍ବରୁ ବିଜେପି ନିଜ ଭୋଟରମାନଙ୍କୁ ସୁବିଧା ଯୋଗାଇ ପାଇଁ କଥା ଦେଇଥିଲା । ଏଥି ମଧ୍ୟରେ ଥିଲା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ମାଗଣାରେ ୩ଟି ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ପାଇଁ ଦଳ ପ୍ରତିଜ୍ଞା କରିଥିଲା । ଯାହାକୁ ଖୁବଶୀଘ୍ର ଦଳ ପୂରଣ କରିବାକୁ ଯାଉଛି । ଏବେ ଗରିବ ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେବ ବିଜେପି । ଏ ନେଇ ରୁରାଲ ଡେଭଲପମେଣ୍ଟ ଏଜେନ୍ସି ମିନିଷ୍ଟର ଗୋବିନ୍ଦ ଗୌଡେ ସୂଚନା ଦେଇଛନ୍ତି ।

ଯେଉଁ ପରିବାରର ବାର୍ଷିକ ଆୟ ୪ ଲକ୍ଷ ଟଙ୍କାରୁ କମ ହୋଇଥିବ, ସେମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ଏହା ମାଧ୍ୟମରେ ମୋଟ ୩୭ ହଜାର ବିପିଏଲ ପରିବାରଙ୍କୁ ସ୍ଥାନ ଦିଆଯିବ । ଏଥିରେ ଆର୍ଥିକ ବର୍ଷର ଶେଷରେ ସେମାନଙ୍କ ଖାତାରେ ଟଙ୍କା ପହଞ୍ଚିବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀମାନଙ୍କୁ ୧୨ ସିଲିଣ୍ଡର ପର୍ଯ୍ୟନ୍ତ ୨୦୦ ଟଙ୍କା ଲେଖାଏଁ ସବସିଡି ଦିଆଯିବ ।