fbpx

PUBG ମର୍ଡର ଘଟଣାରେ ଭଉଣୀର ଖୁଲାସା: କହିଲେ- ‘ମା କୁ ମାରିବା ପରେ ରାତିରେ କାହାକୁ ଦେଖା କରିବାକୁ ଯାଇଥିଲା ଭାଇ’

ଲକ୍ଷ୍ନୌ: ଊତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନାବାଳକ ଦ୍ୱାରା ମା’ର ହତ୍ୟା ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି । କୁହାଯାଉଛି ଯେ, ମହିଳାଙ୍କ ହତ୍ୟା ଉପରେ କୌଣସି ତୃତୀୟ ସଦସ୍ୟଙ୍କ ନଜର ଥିଲା । ହତ୍ୟା ପରେ ଅଭିଯୁକ୍ତ ପୁଅ ରାତି ୨ଟାରେ ସ୍କୁଟି ନେଇ ସେହି ବ୍ୟକ୍ତିକୁ ଦେଖା କରିବାକୁ ଯାଇଥିଲା, ଯେ କି ଏହି ହତ୍ୟା ଉପରେ ନଜର ରଖିଥିଲା ।

ହତ୍ୟାକାଣ୍ଡର ଏକମାତ୍ର ସାକ୍ଷୀ ବା ଅଭିଯୁକ୍ତର ଭଉଣୀ ଏହାର ଖୁଲାସା କରିଛି । ମା’ର ହତ୍ୟା ପରେ ବିଳମ୍ବିତ ରାତି ପ୍ରାୟ ୨ଟାରେ ଅଭିଯୁକ୍ତ ସ୍କୁଟି ନେଇ କାହାକୁ ଦେଖା କରିବାକୁ ଯାଇଥିଲା ଓ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ଭଉଣୀ ପରିବାର ଲୋକଙ୍କୁ କହିଛି ଯେ, ‘ଭାଇ ରାତି ୨ଟା ସମୟରେ ମୋତେ ରୁମରେ ବନ୍ଦ କରି କାହାକୁ ଦେଖା କରିବାକୁ ଯାଇଥିଲେ ।’

ପରିବାରର ଏକ ସମ୍ପର୍କୀୟଙ୍କ କହିବା ମୁତାବକ, ‘ମା ବିରୋଧରେ ପୁଅ ମନରେ ଘୃଣାଭାବ ବଢ଼ିଯାଇଥିଲା । ପ୍ରତିଥର ପିତା ନିଜ ନାବାଳକ ପୁଅକୁ ସପୋର୍ଟ କରୁଥିଲେ । ପୁଅ ଭୁଲ କଲେ ମା ଗାଳି କରୁଥିଲେ କିନ୍ତୁ ପିତା ତାର ସପୋର୍ଟ କରୁଥିଲେ ।’

ତେବେ ଲକ୍ଷ୍ନୌର PGI କୋଟୱାଲି ଅଞ୍ଚଳର ଯମୁନାପୁରମ୍ କଲୋନୀରେ ଜଣେ ସେନା ଅଧିକାରୀଙ୍କ ପୁଅ ଶନିବାର ରାତିରେ ମା’ଙ୍କୁ ଗୁଳି କରି ହତ୍ୟା କରିଛି। ପୁଅ ଓ ଝିଅ ଏହି ଘଟଣାକୁ ଦୁଇ ଦିନ ଲୁଚାଇ ରଖିଥିଲେ। ମୃତ ଦେହରୁ ବାହାରୁଥିବା ଦୁର୍ଗନ୍ଧ ପରେ ପୁଅ ସୋମବାର ବିଳମ୍ବିତ ରାତିରେ ବାପାଙ୍କୁ ସୂଚନା ଦେଇଥିଲା। ବାପାଙ୍କ ସୂଚନା ଅନୁଯାୟୀ ପୋଲିସ ମୃତଦେହ ଉଦ୍ଧାର କରିଥିଲା ।

ସୂଚନା ଅନୁସାରେ, ଦୀର୍ଘ ଦିନ ହେବ ସାଧନାଙ୍କ ପୁଅ ପବଜି ଗେମ ଖେଳିବାରେ ଅଭ୍ୟସ୍ତ ଥିଲେ । ଯାହାକୁ ନେଇ ମାଆ ପୁଅଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ମଧ୍ୟ ହେଉଥିଲା । ଏପରକି ଗତ କିଛି ଦିନ ତଳେ ଘରୁ ୧୦ ହଜାର ଟଙ୍କା ଚୋରି ନେଇ ପୁଅକୁ ମାଡ ମଧ୍ୟ ମାରିଥିଲେ ସାଧନା । ହେଲେ ଗତ ଶନିବାର ଦିନ ସାଧନା ଶୋଇଥିବା ବେଳେ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ମାଆକୁ ଗୁଳି କରି ହତ୍ୟା କରିଥିଲା ପୁଅ । ମାଆର ମୃତଦେହକୁ ଘରେ ତିନିଦିନ କାଳ ଲୁଚେଇ ରଖିଥିଲା । ଏପରିକି ସାନ ଭଉଣୀଙ୍କୁ ହତ୍ୟା ସମ୍ପର୍କରେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଇଥିଲା । ମୃତଦେହରୁ ଦୁର୍ଗନ୍ଧ ବାହାରିବାରୁ ବାପାଙ୍କୁ ଏନେଇ ଖବର ଦେଇଥିଲା ପୁଅ । ମାକୁ କେହି ଦୁବୃର୍ତ୍ତ ହତ୍ୟା କରିଥିବା ନେଇ ବାପାଙ୍କୁ କହିଥିଲା ପୁଅ ।

Get real time updates directly on you device, subscribe now.