ଓଡିଶା ପାଇଁ ବିପଦ ! ଏହି ରାଜ୍ୟମାନଙ୍କରେ ବଢୁଛି କରୋନାର କହର

ନୂଆଦିଲ୍ଲୀ: ଦେଶରେ ପୁଣି ଡରାଇବାକୁ ଲାଗିଲାଣି ମହାମାରୀ କରୋନା । କିଛି ଦିନର ବିରତୀ ପରେ ପୁଣି ଏବେ ଉପରମୁହାଁ ହୋଇଛି କୋଭିଡ ଗ୍ରାଫ । ପୁଣି ୧୦ ହଜାର ଆଡକୁ ମୁହାଁଉଛି ଦୈନିକ ସଂକ୍ରମଣ । ଯାହା ଦେଶବାସୀଙ୍କ ପାଇଁ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ମଧ୍ୟ ଏକ ଚିନ୍ତାର ବିଷୟ ପାଲଟିଲାଣି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ଅତିକ୍ରମ କରିଛି ।

ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୮,୮୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ୧୫ ଜଣ ଆକ୍ରାନ୍ତ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ଏହି ନୂଆ ଆକ୍ରାନ୍ତଙ୍କ ସହିତ ଦେଶରେ ଆକ୍ଟିଭ କେସ ସଂଖ୍ୟାରେ ମଧ୍ୟ ୩,୦୮୯ ବୃଦ୍ଧି ହୋଇଛି । ଫଳରେ ଏବେ ଦେଶରେ ମୋଟ ୫୩,୬୩୭ ଜଣ କରୋନା ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ସକ୍ରିୟ ମାମଲାରେ ମହାରାଷ୍ଟ୍ରରେ ସର୍ବାଧିକ ୭୮୭ ମାମଲା ରେକର୍ହ ହୋଇଛି । ଏବହାପରେ ଦିଲ୍ଲୀରେ ୬୧୬, କେରଳରେ ୪୦୬, କର୍ଣ୍ଣାଟକରେ ୧୯୬ କେସ ଚିହ୍ନଟ ହୋଇଛି । ତେବେ କେବଳ ଉତ୍ତରାଖଣ୍ଡ ଏବଂ ତ୍ରିପୁରାରେ କୋଭିଡ ମାମଲାରେ ହ୍ରାସ ଦେଖିବାକୁ ମିଳିଛି । ତେବେ ସ୍ୱସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ରିକଭରୀ ରେଟ ୯୮.୬୬ ପ୍ରତିଶତ ରହିଛି । ୨୪ ଘଣ୍ଟା ମଧ୍ୟରେ ୫,୭୧୮ ଆକ୍ରାନ୍ତ କରୋନା ଯୁଦ୍ଧରେ ବିଜୟ ହାସଲ କରିଛନ୍ତି ।

ଗତ ୨୪ ଘଣ୍ଟାରେ ଆଉ ୧୫ ଜଣ ଆକ୍ରାନ୍ତ ଏହି ମହାମାରୀର ଶିକାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି । ଏଥି ମଧ୍ୟରୁ ୭ ଜଣ କେରଳରୁ ହୋଇତିବା ବେଳେ ମହାରାଷ୍ଟ୍ରୁ ୪, ଦିଲ୍ଲୀରୁ ୨ ଏବଂ ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩ ଜଣ କ୍ୱାରେଣ୍ଟାଇନରୁ ରହିଥିବା ବେଳେ ୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ଜଣେ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୬୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।