fbpx
BJD
BJD SKY
BJD SKY

ପାକିସ୍ତାନରେ ଗୋଟିଏ ଝଟକାରେ ୫୯ ଟଙ୍କା ମହଙ୍ଗା ହେଲା ଡିଜେଲ୍, ୨୩୩ରେ ବିକ୍ରି ହେଉଛି ପେଟ୍ରୋଲ

ନୂଆଦିଲ୍ଲୀ: ପାକିସ୍ତାନରେ ଆର୍ଥିକ ସ୍ଥିତି ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି। ଏହାର ପରିଣାମ ଜନତାଙ୍କୁ ଭୋଗିବାକୁ ପଡୁଛି। ପୂର୍ବରୁ ଆକାଶଛୁଆଁ ରହିଥିବା ପେଟ୍ରୋଲ ଏବଂ ଡିଜେଲ୍ ଏବେ ପୁଣି ଥରେ ମହଙ୍ଗା ହୋଇଛି। ଗୋଟିଏ ଝଟକାରେ ଡିଜେଲ୍ ଲିଟର ପିଛା ୫୯.୬୧ ଟଙ୍କା ବୃଦ୍ଧି ଘଟିଥିବା ବେଳେ ପେଟ୍ରୋଲ ମୂଲ୍ୟରେ ମଧ୍ୟ ୨୪.୦୩ ଟଙ୍କା ବୃଦ୍ଧି ଘଟିଛି। ଏହାକୁ ମିଶାଇ ପାକିସ୍ତାନରେ ପେଟ୍ରେଲା ଲିଟର ପିଛା ଦାମ ୨୩୩.୮୯ ଟଙ୍କାରେ ରେକର୍ଡ ସ୍ତରରେ ପହଞ୍ଚିଛି।

ପେଟ୍ରୋଲ ଏବଂ ଡିଜେଲ୍ ସହିତ କିରୋସିନି ଏବଂ ଲାଇଟ୍ ଡିଜେଲ୍ ତେଲ ଦାମ ମଧ୍ୟ ବଢାଯାଇଛି। ଦାମ ବଢିବା ପରେ ଡିଜେଲ୍ ୨୬୩.୩୧ ଟଙ୍କାରେ ବିକ୍ରି ହେଉଛି। ପାକିସ୍ତାନର ପେଟ୍ରୋଲିୟମ ରାଜ୍ୟ ମନ୍ତ୍ରୀ ମୁସଦ୍ଦକ ମଲିକ ଗତ ସରକାରଙ୍କ ନୀତିର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଇମ୍ରାନ ସରକାର ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଧ୍ଵଂସ କରି ଦେଲା। ଇମ୍ରାନ ଖାନ ସରକାର ସବସିଡି ଦେଇ ଜାଣି ଶୁଣି ପେଟ୍ରୋଲ ମୂଲ କମ କରିଥିଲେ। ଏହି କାରଣରୁ ଏବେ ଶାହବାଜ ସରକାରଙ୍କୁ ସେହି ନିଷ୍ପତ୍ତି ପରିଣାମ ଭୋଗିବାକୁ ପଡୁଛି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେ ମାସରେ ସରକାରଙ୍କୁ ପେଟ୍ରୋଲିୟମ ଉତ୍ପାଦ ଉପରେ ୧୨୦ ଅରବ ଟଙ୍କାରୁ ଅଧିକ କ୍ଷତି ଘଟିଛି। ଏମିତି ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ପାକିସ୍ତାନର ଅବସ୍ଥା ଶ୍ରୀଲଙ୍କା ପରି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

Get real time updates directly on you device, subscribe now.