fbpx

୪ ବର୍ଷ ପରେ ଅଗ୍ନିବୀର କ’ଣ ସବୁ ବେନିଫିଟ୍ ପାଇବେ, ଜାଣନ୍ତୁ ଏହି ୧୦ଟି ପଏଣ୍ଟ ବିସ୍ତୃତରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ତେବେ ଯୁବବର୍ଗ ସେନାରେ ସାମିଲ ହେଲେ ୪ ବର୍ଷ ପରେ ସେମାନେ ଚାକିରି ହରାଇବେ, ସେମାନଙ୍କୁ ଆଉ ନିଯୁକ୍ତି ମିଳିବ ନାହିଁ ବୋଲି ସମସ୍ତଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ୪ ବର୍ଷ ପରେ ଅଗ୍ନିବୀରମାନେ କ’ଣ ସବୁ ବେନିଫିଟ୍ ପାଇବେ ।

୧- ପ୍ରତିରକ୍ଷା ମନ୍ତ୍ରଣାଳୟରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରଖାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘୋଷଣା କରିଛନ୍ତି ।

୨- ଭାରତୀୟ ତଟରକ୍ଷୀ ବାହିନୀ ଓ ଅନ୍ୟ ୧୬ଟି ଡିଫେନ୍ସ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ପିଏସୟୁ)ରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ଆବଶ୍ୟକ ସ୍ଥଳେ ସେମାନଙ୍କ ପାଇଁ ବୟସ କୋହଳ ନିୟମ ରହିବ ।

୩- ସ୍କିମ ଲଞ୍ଚ ହେବାର ଗୋଟିଏ ଦିନ ପରେ ଅଗ୍ନିବୀରଙ୍କ ପାଇଁ ବୟସୀମା ୨୧ରୁ ୨୩କୁ ବୃଦ୍ଧି କରାଯାଇଛି ।

୪- କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ଆସାମ ରାଇଫଲ୍ସ ନିଯୁକ୍ତିରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।

୫- ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ୫ ବର୍ଷ ବୟସ କୋହଳ କରାଯିବ ।

୬- ସିପିଂ ମହାନିର୍ଦ୍ଦେଶାଳୟ ଓ ମର୍ଚ୍ଚାନ୍ତ ନେଭିରେ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ।

୭- ଅଗ୍ନିବୀରଙ୍କୁ ଯୁକ୍ତ ଦୁଇ ପାସ୍ ସାର୍ଟିଫିକେଟ ପ୍ରଦାନ ନେଇ ନ୍ୟାସନାଲ ଇନଷ୍ଟିଟଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ (ନଓସ) ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କ ସହ ବୁଝାମଣା କରିଛି ।

୮- ଅଗ୍ନିବୀରଙ୍କ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତିନି ବର୍ଷିଆ ବାଚେଲର ଡିଗ୍ରୀ ପ୍ରୋଗ୍ରାମ ଲଞ୍ଚ କରାଯାଇଛି ।

୯- ଅଗ୍ନିବୀରଙ୍କୁ ପବ୍ଲିକ ସେକ୍ଟର ବ୍ୟାଙ୍କ, ପବ୍ଲିକ ସେକ୍ଟର ବୀମା କମ୍ପାନୀ ଓ ଆର୍ଥିକ ସଂସ୍ଥାରେ ନିଯୁକ୍ତି ସୁଯୋଗ ମିଳିବ ।

୧୦- ସେନାରେ ୪ ବର୍ଷ କାର୍ଯ୍ୟ କରିବା ପରେ ଅଗ୍ନିବୀରଙ୍କୁ ରାଜ୍ୟ ପୋଲିସରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.