ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ରାଜନୈତିକ ଉତ୍ତେଜନା ଦେଖିବାକୁ ମିଳିଛି । ସୋମବାର ଦିନ ଏମଏଲସି ନିର୍ବାଚନରେ ଶିବସେନା ୩ ଏମଭିଏ ଗଠବନ୍ଧନକୁ ଝଟକା ଦେଇଛି ବିଜେପି ଓ ମଙ୍ଗଳବାର ଦିନ ଶିବସେନାର ୧୦ ରୁ ୧୨ ବିଧାୟକ ଗୁଜୁରାଟରେ ପହଞ୍ଚିଛନ୍ତି । ଏହା ସହ ଉଦ୍ଧବ ଠାକରେଙ୍କ ସରକାର ସଙ୍କଟରେ ପଡିଛନ୍ତି । ଠାକରେ ଆଜି ଜରୁରୀକାଳୀନ ବୈଠକ ଡାକିଥିବା ଜଣାପଡିଛି ।
ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଶିବସେନାର ୧୦ରୁ ୧୨ ବିଧାୟକ ଏକନାଥ ସିନ୍ଧେଙ୍କ ସହ ସୁରଟର ହୋଟେଲରେ ଅଛନ୍ତି । ଶିବାସେନା ବିଧାୟକ ସିନ୍ଧେ କାଲିଠାରୁ ଶିବାସେନା ସମ୍ପର୍କରେ ନଥିଲେ । ସେ ସୁରଟର ଏକ ହୋଟେଲରେ ଅଛନ୍ତି । ସେଠାରେ ତାଙ୍କ ସହ ଶିବସେନାର ୧୨ ଜଣ ବିଧାୟକ ବି ଥିବାର ଖବର ଆସିଛି ।
ତେବେ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି । ବିଧାନ ପରିଷଦ ନିର୍ବାଚନରେ କ୍ରସ ଭୋଟିଂ ପରେ ସଙ୍କଟ ଅଧିକ ବଢ଼ିଯାଇଛି । ଏମଭିଏ ପ୍ରାର୍ଥୀ କଂଗ୍ରେସର ଚନ୍ଦ୍ରକାନ୍ତ ହାଣ୍ଡୋରେ ହାରିବା ପରେ ସଙ୍କଟ ବଢ଼ିଥିବା କୁହାଯାଉଛି । ଘଟଣାକୁ ନେଇ ଆଜି ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।