fbpx

ବିକାଶ ଶିକ୍ଷାନୁଷ୍ଠାନରେ ଯୋଗଦିବସ ଅନୁଷ୍ଠିତ

ବରଗଡ଼ସ୍ଥିତ ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିକାଶ ଅଡିଟୋରିୟମରେ ଅନ୍ତର୍ଜାତୀୟ ଯୋଗଦିବସ ଅନୁଷ୍ଠିତ ହୋଇଯାଇଅଛି । ବିକାଶ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀଯୁକ୍ତିି ଡି.ମୁରଲୀ କ୍ରୀଷ୍ଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଯୋଗ କିପରି ମଣିଷ ଜୀବନକୁ ସୁସ୍ଥ, ସବଳ ଓ ମଧୁମୟ କରିଥାଏ ଏନେଇ ସଚେତନ କରାଇଥିଲା ।

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଯୋଗଦାନ କରି ସୂର୍ଯ୍ୟନମସ୍କାର କରିଥିଲେ । ଉକ୍ତ ଯୋଗାଭ୍ୟାସରେ ବିକାଶ ଶିକ୍ଷାନୁଷ୍ଠାନର ଏକ୍ଜିକ୍ୟୁଟିଭ୍ ନିର୍ଦ୍ଦେଶକ ଡି.ନାଗେଶ୍ୱର ରାଧ ମଧ୍ୟ ଉପସ୍ଥିତ ରହି ଦୈନିକ ପ୍ରାତଃ ସମୟରେ ୩୦ ମିନିଟ୍ ଯୋଗାଭ୍ୟାସ କରିବା ପାଇଁ ଛାତ୍ରଛାତ୍ରଈଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ସେହିପରି ଆଡମିନିଷ୍ଟ୍ରେଟର ଶ୍ରୀଯୁକ୍ତ ଏସ.କାନ୍ତା ରାଓ ମଧ୍ୟ ଉପସ୍ଥିତ ରହିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁରାରୀ ପ୍ରସାଦ ସାହୁ ଯୋଗାଭ୍ୟାସ ଦ୍ୱାରା ମଣିଷର ଚଞ୍ଚଳ ମନ ନିୟନ୍ତ୍ରଣାଧୀନ ହୁଏ ଓ ଶାନ୍ତି ମିଳେ ବୋଲି ପରାମର୍ଶ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.