fbpx

ପାକିସ୍ତାନର ଯୁବ କ୍ରିକେଟରଙ୍କ ଆତ୍ମହତ୍ୟା ଉଦ୍ୟମ, ଘରୋଇ ଟିମ୍ ରେ ହୋଇପାରିନଥିଲେ ସିଲେକ୍ଟ

ନିଜ ଦେଶ ପାଇଁ କ୍ରିକେଟ୍ ଖେଳିବାକୁ ହୁଏତ ସବୁ ଯୁବକଙ୍କ ଇଚ୍ଛା ରହିଥାଏ । ଏଥିପାଇଁ ସେମାନେ କିଛିବି କରିବାକୁ ପ୍ରସ୍ତୁତ ଥା’ନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଡ଼ୋଶୀ ଦେଶ ପାକିସ୍ତାନରୁ । ଏଠାରେ ଜଣେ ଯୁବ କ୍ରିକେଟର ଶୋଏବ ଘରୋଇ ଟିମରେ ମନୋନୀତ ନହେବାରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପ୍ରକୃତରେ ଏହି କ୍ରିକେଟର ଜଣେ ଦ୍ରୃତ ବୋଲ୍ । ସେ ସିନ୍ଧ ପ୍ରାନ୍ତରେ କାସିମାବାଦରେ ରହୁଛନ୍ତି । ତାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଠାରୁ ଅନେକ ଆଶା ଥିଲା । ନିକଟରେ ପିସିବି ଇଣ୍ଟର-ସିଟି ଚାମ୍ପିୟନସିପ୍ ପାଇଁ ଟିମ୍ ବାଛିଥିଲା । ଏଥିରେ ନିଜ ଘରୋଇ ଟିମ୍ ରେ ଶୋଏବଙ୍କ ସିଲେକ୍ସନ ହୋଇନଥିଲା ।

ଶୋଏବଙ୍କ ପରିବାର ଲୋକଙ୍କ ଅନୂଯାୟୀ ଟିମରେ ସିଲେକ୍ଟ ନହେବାରୁ ସେ ଡିପ୍ରେସନରେ ରହିଥିଲେ । ଯେତେବେଳେକି ସିଲେକ୍ସନ ପାଇଁ ତାଙ୍କ କୋଚ ହିଁ ଟ୍ରାଏଲ ନେଇଥିଲେ । ଏହି ଡିପ୍ରେସନ ପାଇଁ ଶୋଏବ ହାତ କାଟି ଦେଇଥିଲେ । ଘଟଣା ୨୧ ଜୁନ୍ ର ।

୨୦୧୮ ରେ ଏହି ଭଳି ଏକ ମାମଲା ସାମ୍ନାକୁ ଆସିଥିଲା । ଯେଉଁଠାରେ ପାକିସ୍ତାନର ଜଣେ ଅଣ୍ଡର-୧୯ କ୍ରିକେଟର ମୋହମ୍ମଦ ଜରୟାବ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଜରୟାବ ଅଣ୍ଡର-୧୯ ଟିମ୍ ରେ ସିଲେକ୍ଟ ନହୋଇପାରିବାରୁ ଦୁଃଖରେ ଏଭଳି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.