fbpx

Monkeypox ଓ SEXକୁ ନେଇ ଜାରି ହେଲା ଗାଇଡଲାଇନ୍, ଭାରତବାସୀ ଆଲର୍ଟ ରହିବାକୁ ଦିଆଗଲା ଚେତାବନୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ ବେଳକୁ ବେଳ ମଙ୍କିପକ୍ସ ଭାଇରସ ବଢ଼ିବାରେ ଲାଗିଛି । ତେବେ ଏହାକୁ ନେଇ ଜନସାଧାରଣ ଓ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଏହି ଭାଇରାସ୍ ୪୦ରୁ ଅଧିକ ଦେଶରେ ମାଡ଼ି ଗଲାଣି । ନିକଟରେ ଦକ୍ଷିଣ କୋରିଆ ଓ ସିଙ୍ଗାପୁରରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ ହୋଇଛି ।

ତେବେ ମଙ୍କିପକ୍ସରୁ ରକ୍ଷା ପାଇବା ପାଇଁ ସେଣ୍ଟର ଫର ଡିଜାଷ୍ଟର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସଂକ୍ରମିତଙ୍କୁ ଆଇସୋଲେଟ କରାଇବା, ସଫାସୁତୁରା ପ୍ରତି ଧ୍ୟାନ ଦେବା, ସିଧାସଳଖ ଫିଜିକାଲ କଣ୍ଟାକ୍ଟ ନ କରିବା, ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ନ ଆସିବା ନେଇ ପରାମର୍ଶ ଦିଆଯାଇଛି । କିଛି ଗେ’ ଓ ବାଇସେକ୍ସୁଆଲ ପୁରୁଷଙ୍କଠାରେ ମଙ୍କିପକ୍ସ ସଂକ୍ରମଣ ଅଧିକ ହେଉଥିବା ୟୁକେର ଜଣେ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ତେଣୁ ସେମାନଙ୍କୁ ଭ୍ୟାକ୍ସିନ ନେବା ଜରୁରୀ ବୋଲି କୁହାଯାଇଛି ।

ଆମେରିକାର ସିଡିସି ଅନୁଯାୟୀ, ମଙ୍କିପକ୍ସ ଏକ ଦୁର୍ଲ୍ଲଭ ବିମାରୀ ଅଟେ । ୧୯୭୦ରେ ପ୍ରଥମ ଥର ପାଇଁ ମଣିଷ ମଙ୍କିପକ୍ସରେ ସଂକ୍ରମିତ ହୋଇଥିଲା । ସେବେଠାରେୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ମଧ୍ୟ ଓ ପଶ୍ଚିମୀ ଆଫ୍ରିକୀୟ ଦେଶର ଲୋକଙ୍କୁ ଏହା ସଂକ୍ରମଣ କରିସାରିଛି । ବୁଖାର, ଗମ୍ଭୀର ଶିରଦର୍ଦ, ଥକାନ ଆଦି ମଙ୍କିପକ୍ସର ନୂଆ ଲକ୍ଷଣ ରହିଛି । ମଙ୍କିପକ୍ସ ଭାଇରସର ଅବଧି ୬-୧୩ ଦିନ ପର୍ଯ୍ୟନ୍ତ ହୋଇଥିବା ବେଳେ ଏହା ୨୧ ଦିନ ପର୍ଯ୍ୟନ୍ତ ସମସ୍ୟା ସୃଷ୍ଟି କରିପାରେ । ଡବ୍ଲ୍ୟୁଏଚଓର ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ୪୨ଟି ଦେଶରେ ୨୧୦୩ଟି ମଙ୍କିପକ୍ସ ମାମଲା ଚିହ୍ନଟ କରାଯାଇଛି ।

Get real time updates directly on you device, subscribe now.