fbpx

ଏହି ସବୁ ରୋଗ ଉପଶମର ରାମବାଣ ରସୁଣ, ଖାଦ୍ୟରେ ଏମିତି ଉପାୟରେ ବ୍ୟବହାର କଲେ ଦୂର ହେବ କୋଷ୍ଠକାଠିନ୍ୟ

ନୂଆଦିଲ୍ଲୀ: ସାଧାରଣତଃ ଆମେ ରସୁଣକୁ ଖାଦ୍ୟରେ ମସଲାଦ୍ରବ୍ୟ ଭାବେ ବ୍ୟବହାର କରିଥାଉ । କାରଣ ରସୁଣ କୌଣସି ବି ପ୍ରକାର ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରାଇଥାଏ । ମାତ୍ର ରସୁଣ ମଧ୍ୟରେ ଏପରି ଗୁଣକାରୀ ତତ୍ୱ ରହିଛି ଯାହା ଆପଣଙ୍କୁ ଅନେକ ରୋଗରୁ ଉପଶମ ଦେଇଥାଏ । କାରଣ ରସୁଣରେ ବହୁମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ମାତ୍ରାରେ ରହିଥାଏ । ଆୟୁର୍ବେଦରେ ରସୁଣକୁ ଔଷଧ ବୋଲି କୁହନ୍ତି । ଆପଣ ରସୁଣକୁ ଯେପରି ପ୍ରକ୍ରିୟାରେ ହେଉ ମଧ୍ୟ ନିଜ ଖାଦ୍ୟରେ ସାମିଲ କରିବା ଉଚିତ । ମାତ୍ର ପ୍ରତିଦିନ ସକାଳେ ଖାଲି ପେଟରେ ରସୁଣ ଖାଇବାଦ୍ୱାରା ଅଧିକ ଫାଇଦା ମିଳିଥାଏ ।

ରସୁଣ ହୃଦୟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ଦେଇଥାଏ । ରସୁଣ ଖାଇବାଦ୍ୱାରା ରକ୍ତ ଜମାଟ ବାନେ୍ଧ ନାହିଁ ଏବଂ ହୃଦରୋଗଜନିତ ସମସ୍ୟା କମ୍‌ ଦେଖାଯାଇଥାଏ । ରସୁଣ ଏବଂ ମହୁ ମିଶାଇ ଖାଇବାଦ୍ୱାରା ହୃଦୟ ପରିଷ୍କାର ରହିଥାଏ । ଯାହାଦ୍ୱାରା ହୃଦୟ ପର୍ଯ୍ୟନ୍ତ ସଠିକଭାବେ ରକ୍ତ ସଂଚାଳିତ ହୋଇଥାଏ । ପେଟଜନିତ ରୋଗ ଯଥା ଡାଇରିଆ କିମ୍ବା କୋଷ୍ଠକାଠିନ୍ୟ ରୋଗରୁ ମୁକ୍ତି ରସୁଣକୁ ଔଷଧରୂପେ ବ୍ୟବହର କରିବାଦ୍ୱାରା ସୁଫଳ ମିଳିଥାଏ । ପାଣିକୁ ଫୁଟାଇ ସେଥିମଧ୍ୟରୁ କିଛି ରସୁଣ ପାଖୁଡା ପକାନ୍ତୁ । ଖାଲିପେଟରେ ଏହି ପାଣିକୁ ସେବନ କରନ୍ତୁ ଏହାଦ୍ୱାରା ପେଟ ରୋଗରୁ ସୁଫଳ ମିଳିବ । କେବଳ ଏହା ନୁହେଁ ଶରୀର ଭିତରେ ମହଜୁଦ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ଶରୀରରୁ ନିର୍ଗତ କରିବାରେ ସହାୟତା କରେ ।

Get real time updates directly on you device, subscribe now.