fbpx

ଡିସିଜିଆଇରୁ ମିଳିଲା ଗ୍ରୀନ ସିଗିନାଲ, ଖୁବ୍‌ଶୀଘ୍ର ଦେଶର ୭-୧୨ବଷର୍ର ପିଲା ନେବେ କୋଭୋଭାକ୍ସ ଭ୍ୟାକ୍ସିନ୍

ନୂଅଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଖୁବ୍‌ ଜୋରରେ ବଢ଼ି ଚାଲିଛି । କେରଳ ମହାରାଷ୍ଟ୍ର ପରେ ତାମିଲନାଡୁ, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ଏହି କ୍ଷେତ୍ରରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ୭-୧୨ ବର୍ଷ ପିଲାଙ୍କ ପାଇଁ କୋଭୋଭେକ୍ସ ଭ୍ୟାକ୍ସିନ ଦେବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି କୋଭୋଭେକ୍ସ ଭେକ୍ସିନ ସେରମ୍‌ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ) ନିର୍ମାଣ କରିଛି । ଏହା ବ୍ୟତୀତ ଜେନୋୱା ବାୟୋଫାର୍ମାସ୍ୟୁଟିକାଲର ଦୁଇ ଡୋଜ ବିଶିଷ୍ଟ ଏମ୍‌ଆରଏନଏ ଭ୍ୟାକ୍ସିନକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଭ୍ୟାକ୍ସିନ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଦିଆଯିବ ।

ଗତ ଶୁକ୍ରବାର ଏକ ବୈଠକରେ ସବ୍‌ଜେକ୍ଟ ଏକ୍ସ ର୍ଟ କମିଟି ଏହି ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଛି । ଗତ ମଙ୍ଗଳବାର ଦେଶରେ ୧୪,୨୫୮ ଲୋକ ପଜିଟିଭି ଚିହ୍ନଟ ହୋଇଥିଲେ । ଏଥିମଧ୍ୟରୁ ୧୧,୪୬୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ସୋମବାରଠାରୁ ମଙ୍ଗଳବାର ନୂତନ କେସ ୨୧ ପ୍ରତିଶତ ବଢ଼ିଛି । ସୋମବାର ୧୧,୭୯୩ ନୂଆ କେସ ଆସିଥିଲା, ଯାହା ରବିବାର ଅନୁସାରେ ୩୨ ପ୍ରତିଶତ କମ ଥିଲା । ରବିବାର ୧୭,୭୯୩ ପଜିଟିଭ କେସ ଚିହ୍ନଟ ହୋଇଥିଲେ । ନୂତନ କେସ ମାମଲାରେ ମହାରାଷ୍ଟ୍ର ଏବଂ କେରଳ ସବୁଠୁଁ ଆଗରେ ଅଛି।

Get real time updates directly on you device, subscribe now.