fbpx

ଇଂଲଣ୍ଡ ଦଳକୁ ମିଳିଲା ନୂଆ ଅଧିନାୟକ: ଜାଣନ୍ତୁ କିଏ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ ଠିକ ପୂର୍ବରୁ ଟିମ ଇଂଲଣ୍ଡ ପାଇଛି ଆଉ ଜଣେ ନୂଆ ଅଧିନାୟକ । ଦଳର ଷ୍ଟାର ଖେଳାଳିଙ୍କୁ ଏହି ଦାୟିତ୍ୱ ଦେଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ଇଂଲଣ୍ଡ ଟିମର ନିୟମିତ ଅଧିନାୟକ ଇଓନ ମୋର୍ଗାନ ନିଜ ସନ୍ନ୍ୟାସ ଘୋଷଣା କରିବା ପରେ ଦଳର ସୀମିତ ଓଭର କ୍ରିକେଟ ପାଇଁ ନୂଆ କ୍ୟାପଟେନ ବାଛିଛି ଇଂଲଣ୍ଡ । ଜୋସ ବଟଲରଙ୍କ କାନ୍ଧରେ ନେତୃତ୍ୱ ଭାର ଦେଇଛି ଇସିବି ।

NL vs England, ODIs - Unburdened, unshackled, unbelievable Jos Buttler  channels AB de Villiers in record onslaught

ଇଂଲଣ୍ଡର ଷ୍ଟାର ପ୍ଲେୟର ଜୋସ ବଟଲରଙ୍କୁ ସୀମିତ ଓଭର କ୍ରିକେଟ ଦଳର ନୂଆ ଅଦିନାୟକ ଭାବେ ଚୟନ କରିଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ । ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଖେଳାଳି ସନ୍ନ୍ୟାସ ନେବା ପରେ ଜୋସ ବଟଲରଙ୍କୁ ମିଳିଛି ଏହି ଦାୟିତ୍ୱ । ଏବେ ଦିନିକିଆ ଏବଂ ଟି-୨୦ରେ ଦଳର ନେତୃତ୍ୱ ନେବେ ଜୋସ ବଟଲର । ତେବେ ଏହା ପୂର୍ବରୁ ସେ ୯ଟି ଦିନିକିଆ ଏବଂ ୫ଟି ଟି-୨୦ରେ ଦଳର ନେତୃତ୍ୱ ନେଇଛନ୍ତି ।

ପ୍ରକାଶ ଥାଉ ଯେ, ଇଂଲଣ୍ଡର ସବୁଠୁ ସଫଳ ଅଧିନାୟକ ଇସନ ମୋର୍ଗାନ ନିକଟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ଏହାପରେ ଟିମର ଉପଅଧିନାୟକ ପଦରେ ଥିବା ଜୋସ ବଟଲରଙ୍କୁ ଏହି ଦାୟିତ୍ୱରେ ନିୟୋଜିତ କରାଯାଇଛି । ଗତ ୨୦୧୫ ମସିହାରୁ ଇଂଲଣ୍ଡ ସୀମିତ ଓଭର ଦଳର ଉପଅଧିନାୟକ ଥିଲେ ଜୋସ ବଟଲର ।

Get real time updates directly on you device, subscribe now.