fbpx

କୁକୁର କରୁଛି ଚାକିରି: ଗାର୍ଡ ଭାବରେ ଗେଟରେ କରାଉଛି ଏଣ୍ଟ୍ରି

ଓଡିଶା ଭାସ୍କର: ଆଜିକାଲି ଚାକିରି ଖଣ୍ଡେ ପାଇବା ଯୁବଗୋଷ୍ଠୀଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଯାଇଛି । ପୁଳା ପୁଳା ଡିଗ୍ରୀ ସାର୍ଟିଫିକେଟ ଧରି ମଧ୍ୟ ଭଲ ଚାକିରି ମିଳିବା କାଠିକର ପାଠ । କିନ୍ତୁ ଏହି ସମୟରେ ଯଦି କୁହାଯାଏ ଗୋଟିଏ କୁକୁର ଚାକିରି କରିଛି ବୋଲି, ବୋଧହୁଏ ଆପଣ ବିଶ୍ୱାସ କରିବେନି, ଏମିତିକି ଆପଣଙ୍କ ଭିତରୁ କିଛି ରାଗିଯାଇ ପାରନ୍ତି । ମଣିଷକୁ ଚାକିରି ମିଳିବା ଯେଉଁଠି କଷ୍ଟ ସେଠି କୁକୁର କ’ଣ ଚାକିରି କରିବ ? ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିବା ଖୁବ କଷ୍ଟ ହୋଇଥାଏ । ବେଳେବେଳେ ମଣିଷ ଏହି କାମ ଚାପକୁ ନେଇ ଖୁବ ଚିଡଚିଡ ମଧ୍ୟ ଅନୁଭବ କରିଥାଏ । କିନ୍ତୁ ଏହି କାମ ଗୋଟିଏ କୁକୁର ମଧ୍ୟ କରିପାରେ ବୋଲି ଯଦି କୁହାଯାଏ, କ’ଣ ଆପଣ ବିଶ୍ୱାସ କରିବେ ? କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଏବେ ଭାିରାଲ ହେବାରେ ଲାଗିଛି ।

ଜଣକ ଘରର ସୁରକ୍ଷା ପାଇଁ ଗୋଟିଏ କୁକୁରକୁ ଗାର୍ଡ ଭୋବେ ଚାକିରି ଦିଆଯାଇଛି । ଯାତାୟତ କରୁଥିବା ଲୋକମାନଙ୍କ ଉପରେ ସେ ନଜର ରଖିବା ସହିତ କେହି ଆସିଲେ ତାଙ୍କ ଡିଟେଲ୍ସ ଜାଣିବା ପରେ ତାଙ୍କୁ ଘର ଭିତରକୁ ଏଣ୍ଟ୍ରି ପାଇଁ ଅନୁମତି ଦେଇଥାଏ ଏହି କୁକୁର । ଏହାସହିତ ଗାଡି ଦେଖିଲେ ଗେଟ ଖୋଲିବା ଏବଂ ତାଙ୍କୁ ଚିହ୍ନିବା ପାଇଁ ମଧ୍ୟ ଚେଷ୍ଟା କରିଥାଏ । ତେବେ ବିନା ଏଣ୍ଟ୍ରି କରି ଏହି କୁକୁର ଘର ଭିତରକୁ ଯିବାକୁ ଦିଏ ନାହିଁ । ତେବେ କୁକୁରର ଏହି କାମ ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଗାର୍ଡର ଏକ ଡ୍ରେସ ପିନ୍ଧି କୁକୁର ଡ୍ୟୁଟି କରୁଥିବାର ଏହି ଭିଡିଓ ଏବେ ହଇଚଇ ସୃଷ୍ଟି କରିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓ ଅପଲୋଡ ହେବା ପରେ ଏହା ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରୁଥିବା ଏକି କୁକୁରର ଭିଡିଓକୁ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଏହା କିପରି ସମ୍ଭବ ବୋଲି ଭିଡିଓର କ୍ୟାପ୍ସନରେ ପ୍ରଶ୍ନ କରାଯାଇଛି

Get real time updates directly on you device, subscribe now.