fbpx

ଜୁଲାଇ ୧୮ ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ତାରିଖ ଘୋଷଣା ହୋଇଛି । ମୌସୁମୀ ଅଧିବେଶନ ୧୮ ଜୁଲାଇରୁ ଆରମ୍ଭ ହେବ ଏବଂ ୧୨ ଅଗଷ୍ଟରେ ଶେଷ ହେବ । ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଅଧିବେଶନକୁ ବିଶେଷ ମହତ୍ୱ ରହିଛି । ସଂସଦର ଏହି ଅଧିବେଶନ ୧୭ ଦିନ ଧରି ଚାଲିବ । କାରଣ ୧୮ ରୁ ୧୨ ଅଗଷ୍ଟ ମଧ୍ୟରେ ୧୭ କାର୍ଯ୍ୟଦିବସ ରହିଛି । ଆଶା କରାଯାଉଛି ଅଧିବେଶନରେ ସରକାର ଅନେକ ବିଲ୍ ଉପରେ ପ୍ରସ୍ତାବ ରଖିପାରନ୍ତି ।

ସେପଟେ ଅଧିବେଶନରେ ବିରୋଧୀ ମଧ୍ୟ ଶାସକଙ୍କୁ ଘେରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରାହୁଲ ଏବଂ ସୋନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଅଗ୍ନିପଥ ଯୋଜନା, ମହାରାଷ୍ଟ୍ର ରାଜନୀତିକ ସଙ୍କଟ, ଦରବୃଦ୍ଧି, ବେକାରୀ ଏବଂ ଅନ୍ୟ ସମସ୍ୟାକୁ ସରକାରଙ୍କୁ ଘେରିପାରନ୍ତି ବିରୋଧୀ ।

ସୂଚନାଯୋଗ୍ୟ, ନାସନାଲ ହେରାଲ୍ଡ ମାମଲାକୁ ନେଇ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଇଡିର ସମନକୁ କଂଗ୍ରେସ ବିରୋଧ କରିଆସୁଛି । ପାର୍ଟୀର ଅନେକ ତୁଙ୍ଗ ନେତା ଦିଲ୍ଲୀରେ ଏନେଇ ବିରୋଧ ମଧ୍ୟ ପ୍ରଦର୍ଶନ କରିଛନ୍ତି ଏବଂ କେନ୍ଦ୍ର ସରକାରକୁ ଟାର୍ଗେଟ କରିଥିଲେ ।

Get real time updates directly on you device, subscribe now.