fbpx

ଶରଧା ବାଲିରେ ପହଞ୍ଚିଲେ ଚତୁର୍ଦ୍ଧାମୂରତୀ: ମାଉସୀ ଦୁଆରେ ବଡ ଠାକୁର

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡଦାଣ୍ଡରେ ଆଜି ଚହଳ ପଡିଛି । ଜଗତର ନାଥ ଶ୍ରୀଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଆଜି ମାଉସୀ ମାଆ ମନ୍ଦିରକୁ ଫେରୁଛନ୍ତି । ରତ୍ନ ବେଦୀ ପରିତ୍ୟାଗ କରି ୯ ଦିନ ପାଇଁ ଗୁଣ୍ଡିଚା ରାଣୀ ମନ୍ଦିରକୁ ଆସିଛନ୍ତି ତିନିଠାକୁର । ପହଣ୍ଡି ବିଜେ କରି ରତରେ ବସି ଏବେ ଶରଧା ବାଲିରେ ପହଞ୍ଚିଛି ତିନି ରଥ ।

ତାଳଧ୍ୱଜ, ଦର୍ପଦଳନ ଏବଂ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ । ଜଣ ଜଣ କରି ତିନି ଠାକୁର ମାଉସୀ ଗୁଣ୍ଡିଚା ମା ମନ୍ଦିର ନିକଟରେ ପହଞ୍ଚି ସାରିଛନ୍ତି । ଭକ୍ତଙ୍କ ଭିଡରେ ଏବଂ ଭକ୍ତଙ୍କ ହାତରେ ବଡ ଦେଉଳରୁ ବାହାରି ରଥରେ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି ଚତୁର୍ଦ୍ଧାମୂରତୀ । ପ୍ରଥମେ ଜ୍ୟେଷ୍ଠଭ୍ରାତା ବଳରାମଙ୍କ ରଥ ତାଳଧ୍ୱଜ ମାଉସୀ ମା ମନ୍ଦିର ନିକଟରେ ବିଜେ କରିଥିଲେ । ଏହାପରେ ଗେହ୍ଲି ଭଉଣୀ ସୁଭଦ୍ରା ଦର୍ପଦଳନ ରଥରେ ପହଞ୍ଚିଥିଲେ ଗୁଣ୍ଡିଚା ମନ୍ଦିର ନିକଟରେ । ଶେଷରେ ଲୀଳାମୟ, ଭକ୍ତବତ୍ସ, ଭାବଗ୍ରାହୀ ଜଗନ୍ନାଥ ନନ୍ଦିଘୋଷ ରଥରେ ଶରଧା ବାଲିରେ ଉଭା ହୋଇଛନ୍ତି ।

Get real time updates directly on you device, subscribe now.