fbpx

କଟକରେ ମାସ୍କ ବାଧ୍ୟତା ମୂଳକ: BMC ପରେ CMC ଜାରି କଲା କଟକଣା

କଟକ: ଧିରେ ଧିରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଫେରୁଛି ମାସ୍କ । ବିଏମସି ପରେ ଏବେ ସିଏମସି ତରଫରୁ ମଧ୍ୟ ମାସ୍କକୁ ନେଇ କଟକଣା ଜାରି କରାଯାଇଛି । ଭୁବନେଶ୍ୱର ପରେ ଏବେ କଟକରେ ଲାଗୁ ହେଲା ମାସ୍କ କଟକଣା । ଏଣିକି ସିଲଭର ସିଟି କଟକରେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛି କଟକ ମହାନଗର ନିଗମ ।

ଏବେ କଟକ ମହାନଗର ନିଗମ ଅଞ୍ଚଳରେ ଆସୁଥିବା ସମସ୍ତ ସ୍ଥାନରେ ମାସ୍କ ପିନ୍ଧିବା ନେଇ କଟକଣା ଜାରି କରିଛି ପ୍ରଶାସନ । କଟକରେ ରହୁତିବା ଲୋକ ଏବଂ ବାହାରୁ କଟକକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ ହୋଇଛି । ଏଥି ସହ ବାହାରକୁ ଗଲେ କିମ୍ବା ସର୍ବ ସାଧାରଣ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଏହାବ୍ୟତୀତ ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି ସିଏମସି । ତେବେ ସପିଙ୍ଗ ମଲ ଏବଂ ଦୋକାନ ମ।।ନଙ୍କରେ ସାମାଜିକ ଦୂରତାକୁ ଅବମାନନା କଲେ ମାଲିକ ଦାୟୀ ରହବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏବେ ସିଏସି ଅଞ୍ଚଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ଏବେ ଟିକିଏ ଉପରମୁହାଁ ହେଉଥିବାରୁ ବେଳ ଥାଉଁ ସରକାର ସାବଧାନତା ଅବଲମ୍ବନ କରୁଛନ୍ତି । ଧିରେ ଧିରେ ବିଭିନ୍ନ ସ୍ଥାନକୁ ମାସ୍କ କଟକଣା ଫେରୁତିବା ଦେଖିବାକୁ ମିଳୁଛି । କିଛି ଦିନ ତଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା ।

Get real time updates directly on you device, subscribe now.