fbpx

IRCTC ଲଞ୍ଚ କଲା ସ୍ପେଶାଲ୍ ଗୋଆ ପ୍ୟାକେଜ୍: ବର୍ଷା ପାଗରେ ପ୍ରକୃତିର ଆକର୍ଷଣୀୟ ସୌନ୍ଦର୍ଯ୍ୟ, ଆଜି ହିଁ କରନ୍ତୁ ବୁକିଂ

ନୂଆଦିଲ୍ଲୀ: ମୌସୁମୀ ଓ ବର୍ଷା ପାଗରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ସତରେ ସମସ୍ତଙ୍କୁ ବିମୋହିତ କରିଦେଇଥାଏ । ଯଦି ଆପଣମାନେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ସ୍ପେଶାଲ ପ୍ୟାକେଜ୍ ଲଞ୍ଚ କରାଯାଇଛି ।

ଆପଣମାନେ ଆସନ୍ତା ଅଗଷ୍ଟ ମାସରେ ଗୋଆ ବିଚ, ସମୁଦ୍ର, ନୀଳ ସବୁଜ ବନାନୀ ପାହାଡ଼ ପର୍ବତକୁ ଅତି ନିକଟରୁ ଅନୁଭବ କରିପାରିବେ । ଏହି ସ୍ପେଶାଲ ପ୍ୟାକେଜର ନାମ ରଖାଯାଇଛି ‘ଗୋଆ ଡିଲାଇଟସ’ । ଏହି ପ୍ୟାକେଜର ଯାତ୍ରା ଛତିଗଡ଼ର ରାୟପୁରରୁ ଆରମ୍ଭ ହେବ । ଏହି ଅବସରରେ ଆପଣମାନେ କଲଙ୍ଗୁଟ ବୀଚ, ଅଞ୍ଜୁନା ବିଚ, ବାଗାଟୋର ବିଚ, ଫୋର୍ଟ ଅଗୁଆଡା, ସାଉଥ ଗୋଆର ବେସିଲିକା ଅଫ୍ ବାମ ଜିସସ, ମଣ୍ଡୋଭି ରିଭର କ୍ରୁଜ ଆଦି ଆକର୍ଷଣୀୟ ସ୍ଥାନ ବୁଲିବାର ସୁଯୋଗ ପାଇପାରିବେ ।

ଏହି ପ୍ଲାନ ଅନୁଯାୟୀ, ଆପଣମାନେ ଆସନ୍ତା ଅଗଷ୍ଟ ୧୫ରୁ ରାୟପୁରରୁ ଦିଲ୍ଲୀ ବିମାନରେ ଯାତ୍ରା କରିବେ । ଏହାପରେ ଗୋଆରେ ଏକ ଲଜରେ ରହିବେ । ପ୍ୟାକେଜରେ ଆପଣଙ୍କୁ ତିନି ରାତି ଓ ୪ ଦିନ ଗୋଆ ବୁଲିବାର ସୁଯୋଗ ମିଳିବ । ଡିନର ଓ ଲଞ୍ଚ ବ୍ୟବସ୍ଥା ଆଇଆରସିଟିସି ପକ୍ଷରୁ କରାଯିବ । ଆପଣଙ୍କର ହୋଟେଲରେ ରହଣି, ଟ୍ରାଭେଲ ଇନସ୍ୟୁରାନ୍ସ କରାଯିବ । ଏଥିସହିତ ବୁକିଂରେ ଜିଏସଟି ସାମିଲ ରହିଛି । ଏହି ଯାତ୍ରା ପାଇଁ ଜଣଙ୍କୁ ୨୯,୮୨୫ ଟଙ୍କା ଦେବାକୁ ପଡ଼ିବ । ଏନେଇ ଅଧିକ ଜାଣିବା ପାଇଁ ଆପଣମାନେ ଅଫିସିଆଲ ୱେବସାଇଟ୍ irctctourism.com ପରିଦର୍ଶନ କରିପାରିବେ ।

Get real time updates directly on you device, subscribe now.