ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆର ବ୍ୟବହାର ଦିନକୁ ଦିନ ବଢ଼ି ଚାଲିଛି । ବିଭିନ୍ନ ସୋସିଆଲ ମିଡ଼ିଆ ମଧ୍ୟରେ ହ୍ୱାଟସଆପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ତେବେ ଗତ ମେ ମାସ ୧ ତାରିଖରୁ ୩୧ ତାରିଖ ମଧ୍ୟରେ ୧୯.୧୦ ଲକ୍ଷ ଭାରତୀୟଙ୍କର ହ୍ୱାଟସଆପ ଆକାଉଣ୍ଟ ବ୍ୟାନ୍ କରାଯାଇଛି । ସାଧାରଣ ଭାବେ ବିଭିନ୍ନ ବିବାଦୀୟ ପୋଷ୍ଟ କାରଣରୁ ହ୍ୱାଟସଆପ ପକ୍ଷରୁ ପ୍ରତ୍ୟେକ ମାସରେ ବହୁ ଆକାଉଣ୍ଟକୁ ବ୍ୟାନ କରାଯାଇଥାଏ ।
ୟୁଜର୍ସଙ୍କଠାରୁ ଏକାଧିକ ଅଭିଯୋଗ ଆସିବା ପରେ ହ୍ୱାଟସଆପ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ଏନେଇ କମ୍ପାନୀର ମୁଖପାତ୍ର କହିଛନ୍ତି, ଗ୍ରାହକଙ୍କ ସୁରକ୍ଷା ଓ ଅଭିଯୋଗକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏଭଳି ସ୍ଥିତିରେ ଯଦି ଆପଣଙ୍କର ଆକାଉଣ୍ଟ ବ୍ୟାନ ହୋଇଯାଇଛି, ତେବେ ଆପଣମାନେ ଏଥିରୁ ମୁକୁଳିବା ପାଇଁ କିଛି ତରିକା ଆପଣାଇ ପାରିବେ ।
ବ୍ୟାନ ଆକାଉଣ୍ଟକୁ ଆପଣ ଲଗ୍ ଇନ୍ କରିବା ସମୟରେ ଡାହାଣ ପଟର ତଳେ ହ୍ୱାଟସଆପ୍ ସପୋର୍ଟ ପାଇଁ ଏକ ଅପ୍ସନ ଦେଖାଯିବ । ତାହା ଆପଣଙ୍କର ଆକାଉଣ୍ଟ ବ୍ୟାନ ହୋଇଛି ବୋଲି ସୂଚନା ଦେଇଥାଏ । ଆପଣ ‘ସପୋର୍ଟ’ ଉପରେ କ୍ଲିକ କରିବାକୁ ପଡ଼ିବ । ଏହାପରେ କଣ୍ଟାକ୍ଟ ପେଜ୍ ଓପନ ହେବା ପରେ ଆପଣ ମେସେଜ ଟାଇପ୍ କରିବା ସହ ସ୍କ୍ରିନସଟ୍ ଆଡ୍ କରିବେ ।
ନେକ୍ସଟ ଉପରେ କ୍ଲିକ କରିବା ପରେ ଇ-ମେଲ ପେଜ୍ ଖୋଲିଯିବ । ସେଠାରେ ଆପଣ ସାହାଯ୍ୟ ମାଗିପାରିବେ । ଏହାପରେ ହ୍ୱାଟସଆପଣ ଆପଣଙ୍କର କେସ୍ ଷ୍ଟଡି କରିବ । ଯଦି ଆପଣଙ୍କ ଆକାଉଣ୍ଟ ଭୁଲବଶତଃ ବ୍ୟାନ ହୋଇଥିବ, ତେବେ ତାହା ରିଷ୍ଟୋର ହୋଇଯିବ । ଯଦି ଆପଣ ସର୍ତ୍ତାବଳୀ ଉଲ୍ଲଂଘନ କରିଛନ୍ତି ବୋଲି ହ୍ୱାଟସଆପ ସ୍ପଷ୍ଟ କରେ, ତେବେ ଆପଣଙ୍କ ଆକାଉଣ୍ଟ ଅନବ୍ୟାନଡ୍ ହେବ ନାହିଁ ।