fbpx

ଇଂଲଣ୍ଡ ଟେଷ୍ଟ ମଝିରେ ଟିମ ଇଣ୍ଡିଆକୁ ଗୁଡ ନ୍ୟୁଜ: ଆଇସୋଲେସନରୁ ବାହାରି ପାରନ୍ତି କ୍ୟାପଟେନ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଜାରି ରହିଥିବା ବେଳେ ଭାରତକୁ ମିଳିଛି ଏକ ବଡ ଖୁସି ଖବର । ଅଧିନାୟକ ରୋହିତ ଶର୍ମାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ତେଣୁ ସେ ଆଜି ଆଇସୋଲେସନରୁ ବାହାରି ପାରନ୍ତି ବୋଲି ଜଣାଯାଇଛି । ତେବେ ସୁସ୍ଥ ହେବା ପରେ ଆସନ୍ତା ଜୁଲାଇ ୭ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ରୋହିତ କମବ୍ୟାକ କରିପାରନ୍ତି । ଗତ କିଛି ଦିନ ତଳେ ଇଂଲଣ୍ଡ ବିପକ୍ଷ ଏହି ସିରିଜ ପାଇଁ ଟିମ ଚୟନ କରିଥିବା ବେଳେ ସମସ୍ତ ଫର୍ମାଟରେ ରୋହିତଙ୍କୁ ନେତୃତ୍ୱ ମିଳିଛି ।

ଲିଷ୍ଟରଶାୟର ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବା ସମୟରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଜୁଲାଇ ୫ ତାରିଖରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ଶେଷ ହେବ ଏବଂ ଏହାପରେ ଟି-୨୦ ସିରିଜ ଖେଳିବ ଭାରତ । ତେବେ ଏହି ସିରିଜ ପାଇଁ ବିରାଟ କୋହଲିଙ୍କ ସମେତ ଅନ୍ୟ ୫ ଜଣ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।

ଇଂଲଣ୍ଡ ପରେ ୱେଷ୍ଟଇଣ୍ଡିଜ ଗସ୍ତ ଟିମ ଇଣ୍ଡିଆ କରିବ ଟିମ ଇଣ୍ଡିଆ । ଏହାପରେ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ମଧ୍ୟ ରହିଛି । ତେବେ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେବାକୁ ଚାହିଁବେ କୋଚ ରାହୁଲ ଦ୍ରାବିଡ ଏବଂ ଟିମ ମ୍ୟାନେଜମେଣ୍ଟ ।

Get real time updates directly on you device, subscribe now.