fbpx

ଦୁବାଇ ଯିବା ବେଳେ ପାକିସ୍ତାନରେ ଲାଣ୍ଡ କଲା ସ୍ପାଇସ ଜେଟ ବିମାନ: କ’ଣ ହୋଇପାରେ କାରଣ ?

ନୂଆଦିଲ୍ଲୀ: ଦିଲ୍ଲୀରୁ ଦୁବାଇ ଅଭିମୁଖେ ଯାତ୍ରା । କିନ୍ତୁ ବାଟରେ ପାକିସ୍ତାନ ଚାଲିଯାଇଛି ଭାରତର ସ୍ପାଇସ ଜେଟ ବିମାନ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଏବଂ ଅନେକ ଚର୍ଚ୍ଚା ଜୋର ଧରିଛି । ଦୁବାଇ ଯାଉଥିବା ଭାରତୀୟ ବିମାନ ହଠାତ କାହିଁକି ପାକିସ୍ତାନରେ ଲାଣ୍ଡ କରିଛି ଏବଂ ଏହାର କାରଣ କ’ଣ ? ଏ ନେଇ ଏବେ ବିଭିନ୍ନ ମହଲରେ ଆଲୋଚନା ସହ ସମାଲୋଚନା ଲାଗି ରହିଛି । ତେବେ ଏହି ସ୍ପାଇସ ଜେଟ ବିମାନ ପାକିସ୍ତାନରେ ଇମରଜେନ୍ସି ଲାଣ୍ଡି କରିଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଦୁବାଇ ଯିବା ସମୟରେ ସ୍ପାଇସଜେଟର ଏସଜି-୧୧ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ଏହାକୁ ବାଧ୍ୟ ହୋଇ ପାକିସ୍ତାନର କରାଚୀରେ ଇମରଜେନ୍ସି ଲାଣ୍ଡି କରାଯାଇଛି । ତେବେ ଏହି ଲାଣ୍ଡିଂ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି । ତେବେ ଦିଲ୍ଲୀରୁ ଦୁବାଇ ଯାଉଥିବା ଏହି ବିମାନର ଇଣ୍ଡିକେଟର ଲାଇଟ ଖରାପ ହୋଇଯାଇଥିଲା । ତେଣୁ ଏହାକୁ କରାଚୀକୁ ମୋଡି ଦିଆଯାଇଥିଲା । ତେବେ ବିମାନ ସୁରକ୍ଷିତ ଭାବରେ ଲାଣ୍ଡିଂ କରାଯାଇ ଯାତ୍ରୀମାନଙ୍କୁ ବାହାର କରାଯାଇଛି । ଏ ନେଇ ସ୍ପାଇସଜେଟର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି ।

ତେବେ ସେମାନଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଅନ୍ୟ ଏକ ବିମାନ କରାଚୀକୁ ପଠାଇ ଦିଆଯାଇଛି । କରାଚୀରୁ ଯାତ୍ରୀମାନଭ୍କୁ ନେଇ ଦୁବାଇ ଯିବ ଏହି ସ୍ୱତନ୍ତ୍ର ସ୍ପାଇସ ଜେଟ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ଦେଖିବାକୁ ମିଳିଛି । ନିକଟରେ ଜବଲପୁର ଯାଉଥିବା ବେଳେ ସ୍ପାଇସଜେଟ ବିମାନ ଖରାପ ହୋଇଥିଲା, ଯାହା ଖରାପ ହେବାରୁ ପୁଣି ଥରେ ଦିଲ୍ଲୀ ରିଟର୍ଣ୍ଟ କରିଥିଲେ ।

Get real time updates directly on you device, subscribe now.