fbpx

ସରକାରୀ ବିଜ୍ଞାପନରେ ଖର୍ଚ୍ଚ ହୋଇଛିି ୨୪୫ କୋଟିରୁ ଅଧିକ ଖର୍ଚ୍ଚ, ତଥ୍ୟ ଦେଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନ ମୌସୁମୀ ଅଧିବେଶନରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ରାଜ୍ୟରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯୋଜନାର ପ୍ରଚାର ପ୍ରସାର ନେଇ ହୋଇଥିବା ବ୍ୟୟର ତଥ୍ୟ ଦେଇଛନ୍ତି ।

ବିଧାନସଭାରେ ବିଧାୟକ ନବ ଚରଣ ମାଝି, ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯୋଜନାର ପ୍ରଚାର ପ୍ରସାର, ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ, ଉନ୍ମୋଚନ, କାଳିଆ ଅର୍ଥ ରାଶି ପ୍ରଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଉନ୍ମୋଚନ ସଂପର୍କୀତ ବିଭିନ୍ନ ଗଣମାଧ୍ୟମ ପ୍ରକାଶିତ ବିଜ୍ଞାପନ ଗୁଡ଼ିକ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେନେଇ ପ୍ରଶ୍ନ ପଚାରିଥିଲେ ।

ଯାହାର ଉତ୍ତରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ କହିଥିଲେ ଯେ ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଯୋଜନାର ପ୍ରଚାର ପ୍ରସାର, ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ, ଉନ୍ମୋଚନ, କାଳିଆ ଅର୍ଥ ରାଶି ପ୍ରଦାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଉନ୍ମୋଚନ ସମ୍ପର୍କିତ ବିଭିନ୍ନ ଗଣମାଧ୍ୟମ ପ୍ରକାଶିତ ବିଜ୍ଞାପନଗୁଡ଼ିକ ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ପ୍ରଦାନ କରାଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ବିଗତ ୪ ବର୍ଷ ମଧ୍ୟରେ ଉପରୋକ୍ତ ଯୋଜନାଗୁଡ଼ିକର ପ୍ରଚାର ପ୍ରସାର ସମ୍ପର୍କିତ ମୋଟ ୨୪୫,୪୬,୨୭,୩୯୪ କୋଟି ଟଙ୍କାର ବିଜ୍ଞାପନ ବିଭିନ୍ନ ଖବର କାଗଜ, ପ୍ରତପତ୍ରିକା ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକୁ ପ୍ରକାଶନ ନିମନ୍ତେ ବରାଦ କରାଯାଇଅଛି ।

Get real time updates directly on you device, subscribe now.