fbpx

ଦୌପଦୀଙ୍କୁ ସମର୍ଥନ ଜଣାଇଲେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିବା ପରେ ଧୀରେ ଧୀରେ ଅନେକ ଦଳ ମଧ୍ୟ ଦୌପଦୀଙ୍କୁ ସମର୍ଥନ ଜଣାଇବାକୁ ଲାଗିଛନ୍ତି । ବିଜେଡି ମଧ୍ୟ ପୂର୍ବରୁ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇସାରିଛି ।

ଆଉ ଏବେ ଦ୍ରୌପଦୀ ମୁର୍ମୁଙ୍କୁ ରାୟଗଡ଼ା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ତାଙ୍କର ସମର୍ଥନ ଜଣାଇଛନ୍ତି । ଏନେଇ ସୂଚନା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦ୍ରୌପଦୀଙ୍କୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି ମକରନ୍ଦ । ଶ୍ରୀ ମୁଦୁଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଭେଟି ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ କହିଥିଲେ। ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଜୁଲାଇ ୨୧ ରେ ମତଗଣନା ହେବ । ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ମନୋନୀତ କରିଥିବାବେଳେ ମିଳିତ ବିରୋଧୀ ମେଣ୍ଟ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି ।

ସେପଟେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ସମର୍ଥନ ମାଗିଛି ବିଜେଡି । କଂଗ୍ରେସ ଏବଂ ସିପିଆଇଏମ ବିଧାୟକଙ୍କୁ ବିଜେଡି ସମର୍ଥନ ପାଇଁ ସବୁ ମନ୍ତ୍ରୀ ଏବଂ ବରିଷ୍ଠ ଉପସଭାପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ କହିଛନ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି ।

Get real time updates directly on you device, subscribe now.