fbpx

୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ସହର, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବାଣିଜ୍ୟକର ଓ ଜିଏସଟି ବିଭାଗର ଘନଘନ ଚଢ଼ାଉକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଥିବା ଜଣାପଡିଛି । ଫଳରେ ସହରର ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଛି ।

ତେବେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହାଫଳରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.