fbpx

ବାଦୁଡିରୁ ବ୍ୟାପୁଛି ନୂଆ ଭାଇରସ: କରୋନା ଆତଙ୍କ ମଝିରେ ଭୂତାଣୁକୁ ନେଇ WHOର ଚେତାବନୀ

ନୂଆଦିଲ୍ଲୀ: କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଉ ଏକ ନୂଆ ଭାଇରସ ମୁଣ୍ଡ ଟେକିଛି । ଯାହାକୁ ନେଇ ପୁଣି ଥରେ ଚିନ୍ତାରେ ପଡି ଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଉ ଏକ ସଂକ୍ରାମକ ଭାଇରସ ମାରବର୍ଗ ଏବେ ଧିରେ ଧିରେ କାୟା ବିସ୍ତାର କରିବା ଆରମ୍ଭ କରୁଛି । ଏହି ଭାଇରସରରେ ସଂକ୍ରମିତ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କିଛି ଲୋକଙ୍କ ନମୁନା ପରୀକ୍ଷା କରାଯିବାରୁ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିବା କହିଛି ସଂଗଠନ । ତେବେ ଏହି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହାର ଯାଞ୍ଚ ଜାରି ରହିଛି । ତେବେ ଏହି ସଂକ୍ରମଣରେ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଇବୋଲା ପରେ ଅଦିକ ବେଗରେ ସଂକ୍ରମଣ ବ୍ୟାପିବାରେ ଏହା ଦ୍ୱିତୀୟ ସ୍ଥାନରେ ରହିବ ।

ତେବେ ୧୯୬୭ ମସିହାରୁ ଏବେ ପର୍ଯ୍ୟନ୍ତ ଏକାଧିକ ମାରବର୍ଗ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ତେବେ ଅଧିକାଂଶ ଆକ୍ରାନ୍ତ ଦକ୍ଷିଣ କିମ୍ବା ପୂର୍ବ ଆଫ୍ରିକାରେ ଚିହ୍ନଟ ହୋଇଥାନ୍ତି । ଭାଇରସର ଷ୍ଟ୍ରେନ ଏବଂ କେସକୁ ଲକ୍ଷ୍ୟ କଲେ ପୂର୍ବ ଲହରରେ ଏହି ଭାଇରସରେ ମୃତ୍ୟୁ ହାର ୨୪ରୁ ୮୮ ପ୍ରତିଶତ ରହିଥିବା ଜାଣିବାକୁ ମିଳିଛି । ତେବେ ଏହି ଭାଇରସ ମୁଖ୍ୟତଃ ବାଦୁଡିରୁ ବ୍ୟପିଥାଏ । ଏହି ଭାଇରସର ପ୍ରଭାବରେ ଜ୍ୱର, ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଯାଏ ।

Get real time updates directly on you device, subscribe now.