fbpx

ଟିମ୍‌ ଇଣ୍ଡିଆରେ ଦୀପକ ହୁଡ୍ଡାଙ୍କ ଏଣ୍ଟ୍ରି, ଇଂଲଣ୍ଡ ଗସ୍ତରେ ଯିବେ

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ରେ ଏବେ ଦୀପକ ହୁଡ୍ଡା ଜବରଦସ୍ତ ବ୍ୟାଟିଂ ଫର୍ମରେ ଅଛନ୍ତି । ଦୀପକ ଆଇପିଏଲ୍‌ ୨୦୨୨ ସିଜିନ୍‌ରେ ଭଲ ପ୍ରଦର୍ଶନ କରିଥିଲେ । ଆର‌୍ୟଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ର ଦୁଇଟି ମ୍ୟାଚ୍‌ରେ ସେ ଆକର୍ଷଣୀୟ ସଟ୍‌ ଖେଳିବା ସହ ଭଲ ସ୍କୋର କରିଥିବାରୁ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଦୀପକ ହୁଡ୍ଡାଙ୍କ ଏଣ୍ଟ୍ରି ଦଳର ଅନ୍ୟ କିଛି ଖେଳାଳିଙ୍କ ପାଇଁ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଇଛି । ଯଦି ଦୀପକ ହୁଡ୍ଡାଙ୍କୁ ଖେଳିବାକୁ ସୁଯୋଗ ମିଳେ ତେବେ ଶ୍ରେୟସ ଆୟରଙ୍କ ସ୍ଥାନରେ ସେ ସାମିଲ ହେବେ ।

ସୂଚନାଥାଉକି ସ୍ପିନରଙ୍କୁ ଶ୍ରେୟସ ଆୟର ଖୁବ୍‌ ପ୍ରହାର କରିଥାନ୍ତି । କିନ୍ତୁ ପେସ୍‌ ବୋଲିଂ ସମ୍ମୁଖରେ ତାଙ୍କ ବ୍ୟାଟିଂ ଧିମା ପଡ଼ିଯାଇଥାଏ । ସେହିରି ଟିମ୍‌ ଇଣ୍ଡିଆରେ ଆଜିକାଲି ରିଷଭ ପନ୍ତ ଖରାପ ଫର୍ମରେ ଗତି କରୁଛନ୍ତି । ନିକଟରେ ଯଦିଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଶତକ ଲଗାଇଛନ୍ତି ତେବେ ଦୀର୍ଘ କିଛିସମୟ ହେବ ସେ ଭୁଲ୍‌ ସଟ୍‌ କାରଣରୁ ୱିକେଟ୍‌ ହରାଇଥାନ୍ତି । ତେଣୁ ଏପରିସ୍ଥଳେ ଦୀପକ ବି ତାଙ୍କ ସ୍ଥାନ ନେଇପାରନ୍ତି ବୋଲି କ୍ରୀଡ଼ା ସମୀକ୍ଷକମାନେ ଆଲୋଚନା କରୁଛନ୍ତି ।

Get real time updates directly on you device, subscribe now.