fbpx

ଜଟିଳ ହେଉଛି ଶ୍ରୀଲଙ୍କା ସ୍ଥିତି: ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ, ଜନତାଙ୍କ କବ୍ଜାରେ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଗୃହଯୁଦ୍ଧ ମଧ୍ୟରେ ଏବେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜରୁରୀ ବୈଠକରେ ସେ ନିଜର ଇସ୍ତଫା ଦେଇଛନ୍ତି । ବିକ୍ରମସିଙ୍ଘେ କହିଛନ୍ତି ଯେ ତାଙ୍କ ଇସ୍ତଫା ପରେ ଦେଶରେ ସର୍ବଦଳୀୟ ସରକାର ତିଆରି ପାଇଁ ରାସ୍ତା ସଫା ହେବ ।

ଶନିବାର ବିପୁଳ ମାତ୍ରାରେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ରାଷ୍ଟ୍ରପତିଙ୍କ ଆବାସରେ ଧସେଇ ପଶିଥିଲେ ପ୍ରଦର୍ଶନକାରୀ । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଦେଶରୁ ପଳାୟନ କରିଥିଲେ । ଯାହାପରେ ଉପୁଜିଥିବା ହୋଇଥିବା ଏହି ସଙ୍କଟକୁ ନେଇ ଚର୍ଚ୍ଚା କରିବାକୁ ରାଜନୀତିକ ଦଳମାନଙ୍କର ଏକ ଜରୁରୀ ବୈଠକ ଡକାଯାଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ପଦରୁ ରାନିଲ ବିକ୍ରମସିଙ୍ଘେ ତୁରନ୍ତ ଇସ୍ତଫା ଦେବା ସହ, ବାଚସ୍ପତି ୩୦ ଦିନ ପାଇଁ କାମଚଳା ରାଷ୍ଟ୍ରପତି ଭାବରେ ରହିବେ । ଆଗାମୀ କିଛି ଦିନ ମଧ୍ୟରେ ଅନ୍ତରୀଣ ସର୍ବଦଳୀୟ ସରକାର ସୁନିଶ୍ଚିତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ବିପୁଳମାତ୍ରାରେ ଜନତା ପ୍ରଦର୍ଶନକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଶନିବାର ରାଷ୍ଟ୍ରପତିଙ୍କ ଆବାସରେ ପଶିଥିଲେ । ଯାହାପରେ ପରିସ୍ଥିତିକୁ ଦେଖି ଗୋଟାବାୟା ପଳାୟନ କରିଥିଲେ । ଏହି ସମୟରେ ୩୦ ଲୋକ ଆହତ ମଧ୍ୟ ହୋଇଥିଲେ ଅନେକ ପୋଲିସ୍ କର୍ମୀ ମଧ୍ୟ ଆହିତ ହୋଇଥିଲେ ।

ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡ଼ି ପଳାୟନ କରିବା ପରେ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତିି । କେବଳ ସେତିକି ନୁହେଁ, ଏମାନେ ରାଷ୍ଟ୍ରପତି ଭବନରେ ଥିବା ସ୍ୱିମିଙ୍ଗ ପୁଲରେ ଗାଧୋଇବାକୁ ଲାଗିଥିଲେ । ରାଷ୍ଟ୍ରପତି ଭବନରେ ପଶି ହୋହାଲ୍ଲା କରିଥିଲେ, ଉତ୍ପାତ ମଚାଇଥିଲେ । ଏହି ସମୟରେ ନାରାବାଜି ମଧ୍ୟ ହୋଇଥିଲା । ଯାହାର ଭିଡିଓ ସବୁ ସାମ୍ନାକୁ ଆସିଛି । ପ୍ରଦର୍ଶନକାରୀ ଏହି ସମୟରେ ‘ଗୋଟା ଗୋ ହୋମ’ ନାରା ଲଗାଇଥିଲେ । ଆଉ ପ୍ରଦର୍ଶନକାରୀଙ୍କୁ ସେଠାରୁ କାଢ଼ିବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ବ୍ୟବହାର କରିଥିଲା ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଗତ କିଛି ମାସରୁ ଆର୍ଥିକ ସ୍ଥିତି ଉକ୍ରଟ ହୋଇପଡ଼ିଛି । ଏହା ଯୋଗୁଁ ପେଟ୍ରୋଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏମିତିକି ଔଷଧ ମଧ୍ୟ ନାହିଁ । ଫଳରେ ଉପାୟହୀନ ଜନତା ରାଷ୍ଟ୍ରପତିଙ୍କ ରାଜପକ୍ଷେଙ୍କ ଇସ୍ତଫା ଦାବି କରୁଛନ୍ତି । ସେପଟେ ଶ୍ରୀଲଙ୍କା ଦେଶକୁ ଆର୍ଥିକ ସଙ୍କଟ ଠାରୁ କାଢ଼ିବା ପାଇଁ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ଏବଂ ଅନ୍ତରାଷ୍ଟ୍ରୀୟ ସମୁଦାୟଙ୍କୁ ସାହାଯ୍ୟ ମାଗିଛି ।

Get real time updates directly on you device, subscribe now.