fbpx

ଶସ୍ତାରେ ମିଳୁଛି ପେଟ୍ରୋଲ-ଡିଜେଲ: ଦାମ ଜାଣିଲେ ଟାଙ୍କି ଫୁଲ କରିବାକୁ ହେବ ମନ

ନୂଆଦିଲ୍ଲୀ: ଆଜିର ଦିନ ପାଇଁ ସରକାରୀ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ନୂଆ ରେଟ ଜାରି କରାଯାଇଛି । ଲଗାତାର ୫୦ ଦିନରୁ ଅପିବର୍ତ୍ତିତ ରହିଛି ତେଅଳ ଦର । ଗତ ମେ ମାସ ୨୧ ତାରିଖରେ ଶେଷ ଥର ପାଇଁ ତୈଳ ଦରରେ ଏକ ପରିବର୍ତ୍ତନ ଆସିଥିଲା । ଏହି ସମୟରେ ପେଟୋଲ ଲିଟର ପ୍ରତି ୯.୫୦ ଟଙ୍କା ଏବଂ ଡିଜେଲ ୭ ଟଙ୍କା ଶସ୍ତା ହୋଇଥିଲା ।

ତେବେ ସାରା ଦେଶରେ ମହଙ୍ଗା ମାଡ ଜାରି ରହିଥିବା ବେଳେ ଗୋଟିଏ ସ୍ଥାନରେ ବିକ୍ରି ହେଉଛି ପେଟ୍ରୋଲ-ଡିଜେଲ । ପୋର୍ଟ ବ୍ଲେୟରରେ ପେଟ୍ରୋଲ ୮୪.୧୦ ଟଭ୍କା ତିବା ବେଳେ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ରହିଛି । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପସମୂହର ରାଜଧାନୀ ହେଉଛି ଏହି ପୋର୍ଟ ବ୍ଲେୟର ଯେଉଁଠାରେ ଖୁବ ଶସ୍ତାରେ ବିକ୍ରି ହେଉଛି ପେଟ୍ରୋଲ-ଡିଜେଲ । ତେବେ ଆସନ୍ତୁ ଜାଣିବା ଏହା ବ୍ୟତୀତ ଦେଶର ଅନ୍ୟ କେଉଁ ସ୍ତାନରେ କ’ଣ ରହିଛି ତୈଳଦର ।

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ରହିଥିବା ବେଳେ ଡିଜେଲ ଦର ୮୯.୬୨ ରହିଛି । ସେହିପରି ମାୟାନଗରୀ ମୁମ୍ବାଇରେ ଏହି ଦର ଯଥାକ୍ରମେ ୧୧୧.୩୫ ଏବଂ ୯୭.୨୮, ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଏବଂ ଡିଜେଲ ୯୪.୨୪ ଟଙ୍କାରେ ବିକ୍ରି ହେଉଛି । କୋଲକାତାରେ ପେଟ୍ରୋଲ ୧୦୬.୦୩ ଏବଂ ଡିଜେଲ ଦର ୯୨.୭୬ ଟଙ୍କା ରହିଥିବା ବେଳେ ଜୟପୁରରେ ଏହି ରେଟ ରହିଛି ୧୦୮.୪୮ ଏବଂ ୯୩.୭୨ ଟଙ୍କା । ତେବେ ଲକ୍ଷେ୍ନøରେ ଏବଂ ନୋଏଡାରେ ପେଟ୍ରୋଲ ଦର ୯୬.୫୭ ବେଳେ ଡିଜେଲ ଦରରେ ମାତ୍ର ୨୦ ପଇସାର ପାର୍ଥକ୍ୟ ରହିଛି । ନୋଏଡାରେ ଡିଜେଲ ୮୯.୯୬ ଟଙ୍କାରେ ବିକ୍ରି ହେଉଥିବା ବେଳେ ଲକ୍ଷେ୍ନøରେ ୮୯.୭୬ ଟଙ୍କାରେ ରହିଛି ଡିଜେଲ ଦର । ତେବେ ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୬ ଟଙ୍କାରେ ରହିଛି ।

Get real time updates directly on you device, subscribe now.