fbpx

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ: ଦିନକରେ ଚିହ୍ନଟ ହେଲେ ୫୭୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିବାର ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ହେବ କରୋନା ଗ୍ରାଫ ୪୦୦ ଟ୍ରେଣ୍ଡିଂରେ ରହିବା ପରେ ଏବେ ରାଜ୍ୟ ପିଜିଟିଭ ହାର ୫୦୦କୁ ବୃଦ୍ଧି ପାଇଛି । ଲଗାତାର ଦୁଇ ଦିନ ହେଲା ରାଜ୍ୟରେ ୫୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଆଜି ମଧ୍ୟ ରାଜ୍ୟରେ ୫୭୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୩୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୩୯ ଜଣ ଲୋକାଲ କେସ ଓ ୬୯ ଜଣ ୧୮ ବର୍ଷରୁ କମ ପିଲା ରହିଛନ୍ତି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧୮ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡରୁ ୪୨, ସୋନପୁରରୁ ୨୦, ମୟୁରଭଞ୍ଜରୁ ୧୭, ବାଲେଶ୍ୱରରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗଜପତି ଓ ଜଗତସିହଂପୁରରୁ ୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର,ଝାରସୁଗୁଡା , ସମ୍ବଲପୁର ଓ ଭଦ୍ରକରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ଡି ଓ ନୂଆପଡାରୁ ୫ ଜଣ, କେନ୍ଦୁଝର ଓ ଦେଓଗଡରୁ ୪, କୋରାପୁଟ ଓ କେନ୍ଦ୍ରାପଡାରୁ ୩ଟି ନୂଆ ପଜିଟିଭ କେସ୍ ସାମ୍ନାକୁ ଆସିଛି । ତେବେ ନୟାଗଡ, ଢେଙ୍କାନାଳ, ବରଗଡ, ବଲାଙ୍ଗିର ଓ ରାୟଗଡାରୁ ୨ଜଣ ଲେଖାଏଁ ଏବଂ ଅନୁଗୁଳ ବୌଦ୍ଧ ଓ ନବରଙ୍ଗରପୁରରୁ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୩ ହଜାର ୫୦୪ କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩୦୨୭ ଜଣ ଏବେବି ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.