fbpx

‘ମୁଁ ସ୍କୁଲ ଯାଉଛି’: ଏହାକୁ ଅନୁବାଦ କରିପାରିଲେ ନାହିଁ ହେଡମାଷ୍ଟର, ଏହାପରେ SDO କ’ଣ କଲେ, ଦେଖନ୍ତୁ Video

ନୂଆଦିଲ୍ଲୀ: ‘ମୁଁ ବିଦ୍ୟାଳୟ ଯାଉଛି’ର ଇଂରାଜୀ ଅନୁବାଦ କରିପାରିଲେ ନାହିଁ ଜଣେ ହେଡମାଷ୍ଟର । ଫଳରେ ଉକ୍ତ ହେଡମାଷ୍ଟରଙ୍କୁ ଏସଡିଓଙ୍କ ସାମ୍ନାରେ ଲାଜରେ ମୁଣ୍ଡ ନୁଅାଁଇବାକୁ ପଡ଼ିଛି । ବିହାରର ମୋତିହାରୀ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଏହି ଘଟଣା ଦେଖିବାକୁ ମିଳିଛି । ସେହିପରି ଉକ୍ତ ସ୍କୁଲରେ ଜଣେ ଶିକ୍ଷକ ଜଳବାୟୁ ଓ ମୌସମ ମଧ୍ୟରେ କ’ଣ ତଫାତ୍ ରହିଛି ତାହାର ଉତ୍ତର ଦେଇ ପାରିନଥିଲେ । ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଜିଲ୍ଲାର ପକଡ଼ୀଦୟାଲ ପ୍ରଖଣ୍ଡ ଅଞ୍ଚଳର ଏକ ସରକାରୀ ସ୍କୁଲରେ ଏହି ଘଟଣା ଦେଖିବାକୁ ମିଳିଥିଲା । ନିକଟରେ ଏସଡିଓ କିଛି ସ୍କୁଲ ପରିଦର୍ଶନରେ ଯାଇଥିଲେ । ଏହି ଅବସରରେ ସେ ଚୈତା ପଞ୍ଚାୟତର ଏକ ବିଦ୍ୟାଳୟକୁ ଯାଇ ସିଧାସଳଖ କ୍ଲାସ ରୁମକୁ ପଶିଯାଇଥିଲେ । ତେବେ ସେ ସମୟରେ କ୍ଲାସରେ ଥିବା ଜଣେ ସହାୟକ ଶିକ୍ଷକଙ୍କୁ ଏସଡିଓ ଜଳବାୟୁ, ମୌସମ ଓ ପର୍ଯ୍ୟାବରଣ ବିଷୟରେ ପ୍ରଶ୍ନ କରିଥିଲେ । ମାତ୍ର ସେ ଏହାର ଉତ୍ତର ଦେଇ ନପାରିବାରୁ ଏସଡିଓ ଏହାର ବିସ୍ତୃତ ଉତ୍ତର ସରଳ ଭାଷାରେ କଳାପଟାରେ ବୁଝାଇଥିଲେ ।

ଏହାପରେ ଏସଡିଓ ସ୍କୁଲର ହେଡମାଷ୍ଟରଙ୍କ ଗୃହରେ ପ୍ରବେଶ କରି ତାଙ୍କୁ ପ୍ରଶ୍ନ କରିଥିଲେ, ‘ଆପଣ କେଉଁ ବିଷୟର ଶିକ୍ଷକ ଅଟନ୍ତି?’ ହେଡମାଷ୍ଟର କହିଥିଲେ, ‘ମୁଁ ଇଂରାଜୀ ଓ ସଂସ୍କୃତ ପଢ଼ାଉଛି ।’ ଏହାପରେ ‘ମେଁ ବିଦ୍ୟାଳୟ ଜାତା ହୁଁ’ର ଅନୁବାଦ କରିବାକୁ ଏସଡିଓ କହିଥିଲେ । ମାତ୍ର ହେଡମାଷ୍ଟର ଏହି ବାକ୍ୟକୁ ଇଂରାଜୀ କି ସଂସ୍କୃତିରେ ଅନୁବାଦ କରିପାରି ନଥିଲେ । ତେବେ ସ୍କୁଲ ନିରୀକ୍ଷଣ କରି ସାରିବା ପରେ ଏସଡିଓ ପତ୍ରକାରଙ୍କୁ କହିଥିଲେ ଯେ, ପିଲାଙ୍କୁ ପଢ଼ାଇବା ପୂର୍ବରୁ ଶିକ୍ଷକମାନେ ଘରେ ଭଲଭାବେ ପଢ଼ି କରି ଆସିବା ଦରକାର । ସମୟ ବ୍ୟବଧାନରେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ତାଲିମ୍ ଦେବା ଜରୁରୀ ।

Get real time updates directly on you device, subscribe now.