fbpx

ଦଳ ଛାଡିଲେ ଚେନ୍ନାଇ ଷ୍ଟାର: ନୂଆ ଦଳରେ ଯୋଗ ଦେଲେ ସୁପର କିଙ୍ଗସର ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଆଇପିଏଲରେ ଲୋକପ୍ରିୟ ଦଳ ସିଏସକେର ଷ୍ଟାର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଏବେ ନିଜ ଦଳରୁ ବିଦାୟ ନେଇଛନ୍ତି । ଏଣିକି ଅନ୍ୟ ଏକ ନୂଆ ଦଳରେ ଯୋଗ ଦେବାକୁ ଯାଉଛନ୍ତି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ । ନୂଆ ଦଳରୁ ମଧ୍ୟ ତାଙ୍କୁ ବିନା ଆପତ୍ତିରେ ଗ୍ରହଣ କରିବାକୁ ରାଜି ହୋଇଛନ୍ତି । ତେବେ ସେ ଏବେ ଘରୋଇ ସିଜନରେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆନ୍ଧ୍ର ପ୍ରଦେଶର ବରୋଦା ଟିମ ତରଫରୁ ଖେଳିବେ ରାୟୁଡୁ ।

ଆସନ୍ତା ଘରୋଇ ସିଜନରେ ଅମ୍ବାତି ରାୟୁଡୁ ବରୋଦା ଦଳ ପକ୍ଷରୁ ଖେଳିବାକୁ ଯାଉଛନ୍ତି । ଆନ୍ଧ୍ରପ୍ରଦେଶ ଟିମ ମଧ୍ୟ ରାୟୁଡୁଙ୍କୁ ନୋ ଅବଜେକ୍ସନ ସାର୍ଟିଫିକେଟ(ଏନଓସି) ଦେଇଛନ୍ତି । ଗତ କିଛି ବର୍ଷରୁ କେବଳ ଧଳା ବଲରେ କ୍ରିକେଟ ଖେଳୁଥିବା ରାୟୁଡୁ ଏବେ ବରୋଦା ଟିମ ତରଫରୁ ସମସ୍ତ ମ୍ୟାଚ ଖେଳିବା ପାଇଁ ଉପଲବ୍ଧ ରହିବେ ବୋଲି କହିଛନ୍ତି ।

ଏହାପୂର୍ବରୁ ସେ ୨୦୧୨-୧୪ରେ ବରୋଦା ଟିମ ତରଫରୁ ଘରୋଇ ମ୍ୟାଚ ଖେଳିଥିଲେ । ରାୟୁଡୁଙ୍କ ସମେତ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଦୀପକ ହୁଡ୍ଡାଙ୍କୁ ମଧ୍ୟ ବରୋଦା ଟିମରେ ସାମିଲ କରିବାକୁ ପ୍ରୟାସ ଜାରି ରଖିଛି । ଗତ ୨୦୨୦ରେ ବରୋଦାର ହାତ ଛାଡିଥିଲେ ଦୀପକ ।

 

Get real time updates directly on you device, subscribe now.