fbpx

ଅଗ୍ନିବୀରଙ୍କ ପାଇଁ ନୂଆ ପ୍ଲାନ କରୁଛନ୍ତି ସରକାର: ପୃଥକ ଭାବରେ ମିଳିପାରେ ନୂଆ ଇନସେଣ୍ଟିଭ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଲଞ୍ଚ ହେବା ଦିନରୁ ଏହା ଖୁବ ଚର୍ଚ୍ଚାରେ ରହିଆସିଛି । ତେବେ ଏହି ଯୋଜନାରେ ଭାରତୀୟ ସେନା ସହିତ ଯୋଡି ହେଉଥିବା ଯୁବବର୍ଗଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଯୋଗାଇ ଦେଉଛନ୍ତି ଭାରତ ସରକାର । ଏବେ ଅଗ୍ନିବୀରମାନଙ୍କୁ ପୃଥକ ଭାବେରେ ଇନସେଣ୍ଟିଭ ବା ପ୍ରୋତ୍ସାହନ ରାଶି ଦେବା ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର ।

୬ ମାସର ଟ୍ରେନିଙ୍ଗ ମଧ୍ୟର କୌଣସି ସୈନ୍ୟ ବିକଳାଙ୍ଗ ହୋଇଯାଆନ୍ତି ଏବଂ ଏହି କାରଣରୁ ସେ ସେନା ଭର୍ତ୍ତି ହେବା ପାଇଁ ଅସମର୍ଥ ହୁଅନ୍ତି, ତେବେ ସେମାନଙ୍କୁ ପୃଥକ ଭାବରେ ଇନସେଣ୍ଟିଭ ଦିଆଯାଇପାରେ । ଏ ନେଇ ଗତ ୧୦ ଦିନ ମଧ୍ୟରେ ଅନେକ ଥର ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏମାନଙ୍କୁ ଅତିରିକ୍ତ ପ୍ରୋତ୍ସାହନ ରାଶି ଯୋଗାଇ ଦେବା ପାଇଁ ସମ୍ଭାବନା ଜାହିର କରୁଛି ରକ୍ଷା ମନ୍ତ୍ରାଳୟ ।

ଗତ ମାସରେ ଆରମ୍ଭ ହୋଇଥିବା ଅଗ୍ନିପଥ ଯୋଜନାରେ ଯବାନମାନଙ୍କର କାର୍ଯ୍ୟକାଳ ୪ ବର୍ଷ ରହିବ । ତେବେ ଏହି ୪ ବର୍ଷ ମଧ୍ୟରେ କୌଣସି ସୈନ୍ୟ ଆଘାତପ୍ରାପ୍ତ ହୋଇ ମେଡିକାଲ ଅନଫିଟ ଘୋଷଣା ହୁଏ । ତେବେ ତାଙ୍କୁ ବକେୟା ମାସର ସମ୍ପୂର୍ଣ୍ଣ ବେତନ ଏବଂ ଅଗ୍ନିବୀର ସେବା ନିଧିରେ ୧୧.୭୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ସେନା ଅଧିକାରୀଙ୍କ ମଧ୍ୟରେ ଏକ ବୈଠକରେ ଏ ନେଇ ଚର୍ଚ୍ଚା ହୋଇଛି । ତେବେ ଏହା ବ୍ୟତୀତ ଅନ୍ୟ କୌଣସି ପ୍ରକାରର ଇନସେଣ୍ଟିଭ ସେମାନଙ୍କୁ ଦିଆଯାଇ ପାରିବ ସେ ନେଇ ବିଚାର କରାଯାଉଛି । ଅର୍ଥ ଆକାରରେ କିମ୍ବା ନିଶ୍ଚିତ ରୋଜଗାର କ୍ଷେତ୍ରରେ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇ ପାରିବ ସେ ଉପରେ ଆଲୋଚନା ଜାରି ରହିଛି ।

Get real time updates directly on you device, subscribe now.