(Video) ନନ୍ଦିଘୋଷଠୁ ରତ୍ନବେଦୀ ପର୍ଯ୍ୟନ୍ତ କାଳିଆର ପାଦଚିହ୍ନ, ଝୁରୁଛନ୍ତି ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ବଡ଼ ଦାଣ୍ଡ ଖାଁ ଖାଁ ହୋଇଥିବା ବେଳେ ରଥ ପଡିଛି ଖାଲି । ଭକ୍ତ ଝୁରୁଛନ୍ତି ଭଗବାନଙ୍କୁ । କାଳିଆକୁ ଝୁରୁଛି ରଥ । ରଥ ଯେମିତି ଚାହିଁ ରିହିଛି ମୋ କାଳିଆ ଠାକୁର ଆସି ପୁଣି ବସି ଯାଓ । ନିଳାଦ୍ରି ବିଜେ ପରେ ନଳକନ୍ଦରରେ ନିଳାଦ୍ରୀ ନାଥ କାଳିଆଠାକୁର । ଅନ୍ୟପଟେ ରାସ୍ତାରେ ପଡିଛି ମହାପ୍ରଭୁଙ୍କ ପାଦଚିହ୍ନ । ନନ୍ଦିଘୋଷରୁ ରତ୍ନବେଦୀ ପର୍ଯ୍ୟନ୍ତ କାଳିଆର ପାଦଚିହ୍ନ । ପାଦଚିହ୍ନକୁ ପାଖରେ ପାଇ ଝୁରୁଛନ୍ତି ଭକ୍ତ । ପାଦଚିହ୍ନରୁ ଛୁଟିପଡୁଛି ଚନ୍ଦନ, ତୁଳସୀ ଓ କପୂରର ବାସ୍ନା ।

ସବୁଠୁ ବଡ଼ ଏହି ବଡ଼ ଦାଣ୍ଡ ବଡ଼ ଦାଣ୍ଡରେ କାଳିଆକୁ ଧରି ଯେତେ ବେଳେ ଗଡ଼େ ରଥ , ସେତେବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ଆଖିରୁ ଝରିଯାଏ ଲୁହ । କିଏ କାଳିଆର ମୁହଁକୁ ଦୁରରୁ ଦେଖୁଥାଏ ତ କିଏ ପାଖକୁ ଆସି ଦଉଡି ଟାଣୁଥାଏ । ହେଲେ ଆଜି ଖାଁ ଖାଁ ବଡ଼ ଦାଣ୍ଡ । ନା ଅଛି ଭକ୍ତଙ୍କ ଗହଳି ନା ଗଡୁଛି ରଥ ।

ସେପଟେ ଦୀର୍ଘ ୧୨ ଦିନ ପରେ ପୁଣିଥରେ ନୀଳାଚଳ ଅବଢ଼ା ଉପଲବ୍ଧ ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ମହାପ୍ରସାଦ ବଦଳରେ ଆଡ଼ପ ଅବଢ଼ା ପାଇ ଆସୁଥିଲେ । କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନେ ଅବଢ଼ାରୁ ବଞ୍ଚିତ ଥିଲେ । ନୀଳଦ୍ରି ବିଜେ ପରେ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରସ୍ତୁତ ଅବଢ଼ା ପାଇଛନ୍ତି ।