fbpx

୨୦୨୦ ପାଇଁ ମୋଟ ୬ଟି ଭବିଷ୍ୟବାଣୀ କରିଥିଲେ ‘ବାବା ଭେଙ୍ଗା’: ବର୍ତ୍ତମାନ ସୁଦ୍ଧା ୨ଟି ହେଲାଣି ସତ

ନୂଆଦିଲ୍ଲୀ: ଭବିଷ୍ୟବାଣୀ କରୁଥିବା ଅନେକ ଲୋକଙ୍କ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିଛି ଲୋକ ଏହା ମାଧ୍ୟମରେ ଅନ୍ୟମାନଙ୍କୁ ମୂର୍ଖ କରନ୍ତି । ଯେଉଁମାନେ ଭବିଷ୍ୟତର ଭୟ ଦେଖାଇ ଲୋକଙ୍କଠାରୁ ଟଙ୍କା ରୋଜଗାର କରନ୍ତି, ସେମାନେ ମଧ୍ୟ କମ୍ ନୁହଁନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରକୃତରେ ଭବିଷ୍ୟତକୁ ଦେଖିପାରନ୍ତି । ଭଗବାନଙ୍କଠାରୁ ସେମାନେ ଏହି ଉପହାର ପାଇଥାନ୍ତି । ଏପରି ଲୋକଙ୍କ ବିଷୟରେ ଅନେକ ଚର୍ଚ୍ଚା ମଧ୍ୟ ହେଉଛି । ମହାନ ରହସ୍ୟମୟୀ ଓ ଅନ୍ଧ ବାବା ଭେଙ୍ଗା ମଧ୍ୟ କିଛି ଭବିଷ୍ୟବାଣୀ କରିଥିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି ।

୨୦୨୨ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ପୂର୍ବାନୁମାନ କରିଛନ୍ତି । ସେ ଚଳିତ ବର୍ଷ ପାଇଁ ମୋଟ ୬ ଟି ଭବିଷ୍ୟବାଣୀ କରିଛନ୍ତି । ଏଥିମଧ୍ୟରୁ ଦୁଇଟି ଏପର୍ଯ୍ୟନ୍ତ ସତ୍ୟ ବୋଲି ପ୍ରମାଣିତ ହୋଇଛି । ଏଭଳି ପରିସ୍ଥିତିରେ ଅନ୍ୟ ୪ଟି ସତ ହୋଇଗଲେ କ’ଣ ହେବ ବୋଲି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଆଜି ଆମେ ଆପଣଙ୍କୁ ଏହି ବର୍ଷ ପାଇଁ ବାବା ଭେଙ୍ଗା ଦେଇଥିବା ଭବିଷ୍ୟବାଣୀ ବିଷୟରେ କହିବାକୁ ଯାଉଛୁ ।

ସତ ହୋଇଥିବା ଭବିଷ୍ୟବାଣୀ:-
ବାବା ଭେଙ୍ଗା ଚଳିତ ବର୍ଷ ପାଇଁ ୬ଟି ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ସେଥିରୁ ଦୁଇଟି ଏପର୍ଯ୍ୟନ୍ତ ସତ ବୋଲି ପ୍ରମାଣିତ ହୋଇଛି । ସେ କହିଥିଲେ ଯେ, ୨୦୨୨ ମସିହାରେ ଅନେକ ଏସୀୟ ଦେଶ ଏବଂ ଅଷ୍ଟ୍ରେଲିଆରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ । ଏବେକାର ପରିସ୍ଥିତିରେ ଅଷ୍ଟ୍ରେଲିଆରେ ପ୍ରବଳ ବର୍ଷା ଯୋଗୁଁ ପ୍ରଳୟ ସୃଷ୍ଟି ହୋଇଛି । ଏହା ବ୍ୟତୀତ ବାବା ଭେଙ୍ଗା ମଧ୍ୟ ଅନେକ ସହରରେ ମରୁଡ଼ିର ପୂର୍ବାନୁମାନ କରିଥିଲେ । ବର୍ତ୍ତମାନ ୟୁରୋପର ଅନେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି । ୧୯୫୦ ପରଠାରୁ ଇଟାଲୀ ସବୁଠାରୁ ଖରାପ ମରୁଡ଼ି ଦେଇ ଗତି କରୁଛି ।

ଆଉ ୪ ଭବିଷ୍ୟବାଣୀ :-
ବାବା ଭେଙ୍ଗା ୨୦୨୨ ପାଇଁ କରିଥିବା ଭବିଷ୍ୟବାଣୀର ଆଉ ଚାରିଟି ବାକି ଅଛି । ଲୋକମାନେ ଭୟ କରୁଛନ୍ତି ଯେ, ଡିସେମ୍ବର ସୁଦ୍ଧା ଏହା ମଧ୍ୟ ସତ ହୋଇଯିବ । ଏଥିରେ ସାଇବରିଆରୁ ଆଉ ଏକ ମାରାତ୍ମକ ଭାଇରସର ଶୁଭାରମ୍ଭ ହେବା ବୋଲି କୁହାଯାଇଛି । ଏହା ବ୍ୟତୀତ ୨୦୨୨ ରେ ପୃଥିବୀରେ ଏଲିଅନ୍ସଙ୍କ ଆକ୍ରମଣ ହେବ । ଅନେକ ଅଞ୍ଚଳରେ ଲୋକଷ୍ଟ ନାମକ ଏକ ପୋକ ଆକ୍ରମଣ କରିବ ଏବଂ ଶେଷରେ ଭର୍ଚୁଆଲ୍ ରିଆଲିଟିର ଉପଯୋଗ ବଢ଼ିବ । ତେବେ ବାବା ଭେଙ୍ଗା ୧୯୧୧ ରେ ଜନ୍ମ ହୋଇଥିଲେ ଏବଂ ୧୯୯୬ ରେ ମୃତ୍ୟୁ ବରଣ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ମଧ୍ୟରୁ ଅଧିକାଂଶ ସତ୍ୟ ହୋଇଛି । ଏଥିରେ ଆମେରିକା ଉପରେ ଆକ୍ରମଣ ଓ ସୁନାମି ବି ସାମିଲ ରହିଛି ।

Get real time updates directly on you device, subscribe now.