ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ୨୦୨୦ ମସିହାରୁ ଲାଗି ରହିଛି ଲଦ୍ଦାଖ ସୀମା ବିବାଦ । ଏ ନେଇ ଅନେକ ଆଲୋଚନା ପୂର୍ବରୁ ହୋଇ ସାରିଛି । ତେବେ ପୂର୍ବରୁ ସମସ୍ତ ଆଲୋଚନାରେ କୌଣସି ନିଷ୍କର୍ସ ମିଳି ନଥିବା ବେଳେ ଏବେ ଆଉ ଏକ ଆଲୋଚନା ହୋଇଛି । ଉଭୟ ଦେଶ ମଧ୍ୟରେ ଡକାଯାଇଛି ଏକ କମାଣ୍ଡରସ୍ତରୀୟ ବୈଠକ । ଲଦାଖ ସୀମା ବିବାଦକୁ ନେଇ ଏହି ଆଲୋଚନା କରାଯାଉଛି ।
ଚୁସୁଲ-ମୋଲ୍ଡ ସୀମାରେ ଏହି ବିବାଦ ଉପରେ ଏକ ବୈଠକ କରୁଛନ୍ତି ଭାରତ ଏବଂ ଚୀନ । ତେବେ ଏହି ଆଲୋଚନାରେ କିଛି ନିଷ୍ପତ୍ତି ନିଆଯିବ ନା ଗତ ବୈଠକ ଭଳି ଏହା ମଧ୍ୟ ଫେଲ ମାରିବ ତାହାକୁ ସମସ୍ତଙ୍କର ଅପେକ୍ଷା । ସୂଚନା ଯୋଗ୍ୟ, ଗତ ୨୦୨୦ ମସିହାରୁ ଉଭୟ ଦେଶ ମଧ୍ୟରେ ଲଦାଖ ସୀମାକୁ ନେଇ ବିବାଦ ଲାଗି ରହିଛି । ଏପରିକି ୨୦୨୦ରେ ଦୁଇ ଦେଶ ମଧ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।