ଆଜି ପୁଣି ଶସ୍ତା ହୋଇଗଲା ସୁନା ଓ ରୂପା ରେଟ୍: ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ?

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବା ବେଳେ ସୁନା-ରୂପା ଉପରେ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ଆଜି ପୁଣି ସୁନା-ରୂପା ଦାମରେ ହ୍ରାସ ଘଟିଥିବା ଜଣାପଡିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୬, ୧୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦ ହଜାର ୩୯୦ ଟଙ୍କା ଥିବା ଜଣାଯାଇଛି । ଅନ୍ୟପଟେ ରୂପା ମୂଲ୍ୟ ଆଜି ବଢ଼ିଛି । ଆଜି କିଲୋଗ୍ରାମ ପ୍ରତି ରୂପା ଦର ୫୬,୫୭୦ ଟଙ୍କା ରହିଛି ।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୧୯୦ ଟଙ୍କା ଓ ୫୦ ହଜାର ୩୯୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୧୯୦ ଟଙ୍କା ଓ ୫୦ ହଜାର ୩୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର କମି ଯଥାକ୍ରମେ ୪୬,୧୯୦ଟଙ୍କା ଓ ୫୦,୩୯୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୮୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧,୧୪୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୧୯୦ ଟଙ୍କା ଓ ୫୦ ହଜାର ୩୯୦ ଟଙ୍କା ରହିଛି ।