fbpx

ମୌସୁମୀ ଯୋଗୁଁ ହୋଇଛି କି ପେଟ ଖରାପ? ଖାଆନ୍ତୁ ଏହି ଜିନଷ, ମିଳିବ ଲାଭ

ବର୍ଷା ଦିନେ ରୋଗ ପ୍ରତିରୋଧକ ଶକ୍ତି ଏବଂ ହଜମ ଶକ୍ତି କମ୍ ରହିଥାଏ । ଏହି କାରଣରୁ, ଆମର ଖାଦ୍ୟ ସଠିକ୍ ଭାବରେ ହଜମ ହୋଇନଥା, ।  ଏପରି ପରିସ୍ଥିତିରେ, ଅନେକ ଥର ପେଟ ଖରାପ ଭଳି ଲକ୍ଷଣ ଦ୍ୱାରା ଆମକୁ ଅସୁବିଧା ହୋଇଥାଏ । କିନ୍ତୁ ଯଦି ଆପଣ ଖାଦ୍ୟରେ କିଛି ଜିନିଷ ଅନ୍ତର୍ଭୂକ୍ତ କରୁଛନ୍ତି, ତେବେ ଏହା ପେଟକୁ ଠିକ୍ ରଖିବାରେ ସାହାଯ୍ୟ କରିପାରିବ  । ତେବେ ଆସନ୍ତୁ ଜାଣିବା ଯଦି ଆପଣଙ୍କର ପେଟ ଖରାପ ଅଛି ତେବେ ଆପଣ କେଉଁ ଜିନିଷ ଖାଦ୍ୟରେ ଖାଇବା ଉଚିତ୍ ?

–              ଦହିରେ ପୋଷକ ତତ୍ତ୍ୱ ଭରପୂର ରହିଛି । ମୌସୁମୀରେ, ଦହି ସବୁବେଳେ ପେଟକୁ ସୁସ୍ଥ ରଖିପାରେ  । ପେଟ ଖରାପ ଥିଲେ ବି ଆପଣ ଏହାକୁ ଖାଇପାରିବେ । ଦହିରେ ପ୍ରୋବାୟୋଟିକ୍ସ ରହିଥାନ୍ତି ଯାହା ଯାହା ଭଲ ଅନ୍ତନଳୀରେ ଥିବା ଭଲ ବ୍ୟାକ୍ଟେରିଆଙ୍କୁ ବଢ଼ିବାରେ ସାହାଯ୍ୟ କରିଥାଏ । ଫଳରେ ଫେଟ ଭଲ ରହିଥାଏ । ଏଥିପାଇଁ ଆପଣ ଲଞ୍ଚରେ ଦହି ଖାଇପାରିବେ । କିନ୍ତୁ ମନେରଖନ୍ତୁ ଯେ ଆପଣ ରାତିରେ ଦହି ଖାଇବା ଉଚିତ୍ ନୁହେଁ ।

–              ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ  । ଲେମ୍ବୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏହା ହଜମକୁ ମଧ୍ୟ ଶକ୍ତି ମଧ୍ୟ ବଢ଼ାଇଥାଏ । ତେଣୁ ପେଟ ଖରାପ ହୋଇଥିଲେ ଆପଣ ଲେମ୍ବୁ ପାଣି ପିଇପାରିବେ । ଲେମ୍ବୁ ପାଣି ଶରୀରକୁ ଥଣ୍ଡା କରିଥାଏ ଏବଂ ଏହା ଶରୀରକୁ ହାଇଡ୍ରେଟ୍ କରିଥାଏ  ।

–              କଦଳୀ ଖାଇବା ଦ୍ୱାରା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତିପାଇଥାନ୍ତି । କେବଳ ଏତିକି ନୁହେଁ, ପେଟ ସମ୍ବନ୍ଧୀୟ ସମସ୍ୟାକୁ ଭଲ କରିବାରେ କଦଳୀ ମଧ୍ୟ ସାହାଯ୍ୟ କରିଥାଏ। ଏପରି ପରିସ୍ଥିତିରେ ଯଦି ବର୍ଷା ଦିନେ କଦଳୀ ଖାଆନ୍ତି, ତେବେ ହଜମ ପ୍ରକ୍ରିୟା ଭଲ ରହିଥାଏ । କଦଳୀ କୋଷ୍ଠକାଠିନ୍ୟରୁ ରକ୍ଷା କରିଥାଏ ।

 

Get real time updates directly on you device, subscribe now.