fbpx

ଋଷି ସୁନକଙ୍କ ସ୍ଵପ୍ନ ଭାଙ୍ଗିପାରେ, ଲିଜ୍ ଟ୍ରସ ହୋଇ ପାରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ- ସର୍ଭେ

ଲଣ୍ଡନ: ବ୍ରିଟେନରେ ସଂପ୍ରତି ଗୋଟିଏ ନାମ ଖୁବ୍ ଚର୍ଚ୍ଚାରେ। ଏହି ନାମଟି ହେଉଛି ଋଷି ସୁନକ। ଭାରତୀ ବଂଶୋଦ୍ଭବ ସୁନକଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ହିସାବରେ ପ୍ରବଳ ଦାବିଦାର କୁହାଯାଉଥିଲା। ଏ ପର‌୍ୟ୍ୟନ୍ତ ହୋଇଥିବା ଭୋଟିଂରେ ସୁନକ ନିଜକୁ ମଧ୍ୟ ସାବ୍ୟସ୍ତ କରିଛନ୍ତି। ମାତ୍ର ଏବେ ଲାଗୁଛି ସୁନକଙ୍କ ସ୍ଵପ୍ନ ପୂରଣ ହେବ କି ନାହିଁ। ଏକ ନୂତନ ସର୍ଭେରେ ବୈଦେଶିକ ସଚିବ ଲିଜ୍ ଟ୍ରସ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ଦୌଡରେ ଋଷି ସୁନକଙ୍କଠୁ ୨୮ ଭୋଟ୍ ଅଗ୍ରଣୀ ହାସଲ କରିଛନ୍ତି।

YouGov ଏକ ପ୍ରମୁଖ ବ୍ରିଟିଶ ଅନ୍ତର୍ଜାତୀୟ ଇଣ୍ଟରନେଟ୍ ଆଧାରିତ ମାର୍କେଟ୍ ରିସର୍ଚ୍ଚ ଏବଂ ଡାଟା ଆନାଲିଷ୍ଟ ଫର୍ମ। YouGovର ସର୍ଭେ ଅନୁଯାୟୀ, ଗୁରୁବାର କଞ୍ଜରଭେଟିଭ୍ ପାର୍ଟିର ସଦସ୍ୟ ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ଚୟନ ପାଇଁ ଶେଷ ପର‌୍ୟ୍ୟାୟ ଭୋଟିଂ କରିଥିଲା।

ଜନସନଙ୍କ ସରକାରରେ ଅର୍ଥ ମନ୍ତ୍ରୀ ରହିଥିବା ଋଷି ସୁନକଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବା ରାସ୍ତା ଏଥିପାଇଁ ସହଜ ନୁହେଁ କାରଣ ଏବେ ତାଙ୍କୁ ଟୋରି ସଦସ୍ୟଙ୍କ ମଧ୍ୟରେ ବହୁତ କଠିନ ମତଦାନର ସାମ୍ନା କରିବାକୁ ପଡିବ। ଅନ୍ୟପଟେ ଲିଜ୍ ଟ୍ରସଙ୍କୁ ପୂର୍ବରୁ ବୋରିସ୍ ଜନସନଙ୍କ ସମର୍ଥନ ହାସଲ ହୋଇଛି।
ସ୍କାଇ ନ୍ୟୁଜର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହ ଆରମ୍ଭର ତଥ୍ୟ ଦର୍ଶାଉଛି ଯେ, ୪୬ ବର୍ଷୀୟ ଟ୍ରସ ୪୨ ବର୍ଷୀୟ ଋଷି ସୁନକଙ୍କୁ ମୁହାଁମୁହିଁ ଲଢେଇରେ ୧୯ ପଏଣ୍ଟରେ ହରାଇବେ। ଏହି ସର୍ବେକ୍ଷେଣରୁ ଜଣା ପଡୁଛି ଯେ, ଟ୍ରସ୍ ନିଜର ସ୍ଥିତି ପୂର୍ବାପେକ୍ଷା ଦୃଢ କରିଛନ୍ତି।

ବୁଧବାର ଏବଂ ଗୁରୁବାର ୭୩୦ କଞ୍ଜରଭେଟିଭ୍ ପାର୍ଟିର ସଦସ୍ୟଙ୍କ ସର୍ବେକ୍ଷେଣ ଅନୁଯାୟୀ, ୬୨ ପ୍ରତିଶତ ଟ୍ରସଙ୍କୁ ଭୋଟ୍ ଦେବେ ବୋଲି କହିଛନ୍ତି। ଆଉ ୪୮ ପ୍ରତିଶତ ସୁନଙ୍କୁ ସମର୍ଥନ ଦେବା କଥା କହିଛନ୍ତି। କିଛି ଲୋକ ଏଥିରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

Get real time updates directly on you device, subscribe now.